ବ୍ୟାଙ୍କରୁ ତାଲା ଭାଙ୍ଗି ଚୋରି ଉଦ୍ୟମ, ନେଇଗଲେ ବାଇକ୍‌

0 150

ନନ୍ଦାହାଣ୍ଡି : ତାଲା ଭାଙ୍ଗି ବ୍ୟାଙ୍କରୁ ଚୋରି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଶାଖା ମୁଖ୍ୟ ଫାଟକ ତାଲା ଭାଙ୍ଗି ଚୋରି ଉଦ୍ୟମ । ବ୍ୟାଙ୍କର ଫାଟକ ତାଲା ଭାଙ୍ଗିଛନ୍ତି ଦୁର୍ବୃତ୍ତ ଏବଂ ବାଇକ ଚୋରି ହୋଇଛି । ପ୍ରତିଦିନ ଭଳି ଗତକାଲି ମଧ୍ୟ ସଠିକ ସମୟ ରେ ବ୍ୟାଙ୍କ ବନ୍ଦ କରିଥିଲେ । ଆଜି ସକାଳୁ ବ୍ୟାଙ୍କ ଖୋଲିବା ପାଇଁ ଆସିବା ବେଳେ ବ୍ୟାଙ୍କର ସମ୍ମୁଖର ମୁଖ୍ୟ ଫାଟକ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ଏବଂ ବ୍ୟାଙ୍କ ପରିସରରେ ଥିବା ବାଇକ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ରାତିରେ ଦୁର୍ବୃତ୍ତ ମାନେ ଲକର ଭାଙ୍ଗିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ବ୍ୟାଙ୍କରେ ଥିବା ବ୍ୟାଙ୍କ ମ୍ୟାନେଜରଙ୍କ ୟମା ବାଇକ ନେଇଯାଇଛନ୍ତି । କାଗଜ ପତ୍ରଥିବା ଗଦରେଜ ଖୋଲିଥିବାର ସୂଚନା ଦେଇଛନ୍ତି ବିଏମ ଯଦୁମଣି ନାଗ । ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସନ୍ଧାନୀ କୁକୁର ସହିତ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 1 =