ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ଓଡିଶା ବାର ପ୍ରସ୍ତାବ ଓ ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା

0 513

ବଲାଙ୍ଗୀର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଓଡିଶା ବାରର ପଦକ୍ଷେପର ତୀବ୍ର ବିରୋଧ ବିଭିନ୍ନ ମହଲରେ ପ୍ରକାଶ ପାଇଛି । ଓଡିଶା ବାରର ପ୍ରସ୍ତାବ ଓ ପଦକ୍ଷେପକୁ ବିରୋଧ କରିଛନ୍ତି ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ । ପ୍ରତିକ୍ରିୟାଶୀଳ ବାରର ପଦକ୍ଷେପକୁ ନିନ୍ଦା କରିଛନ୍ତି । କେନ୍ଦ୍ର ସରକାର ଓ ଆଇନ ମନ୍ତ୍ରୀ କିରନ ରାଜୁଙ୍କ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଉଦ୍ୟମକୁ ସ୍ୱାଗତ କରିଛନ୍ତି । ଓଡ଼ିଶା ବାରର ଆଚରଣ ଆଞ୍ଚଳିକ ବୈଷମ୍ୟ ବଢାଇବ ବୋଲି ଏକ ପ୍ରେସ ଇସ୍ତାହାରରେ ମତ ପ୍ରକାଶ କରିଛନ୍ତି । ସେହିପରି ବଲାଙ୍ଗୀର ସାସଂଦ ସଙ୍ଗୀତା ସିଂହଦେଓ ଟୁଇଟ୍‌ କରି ତୀବ୍ର ବିରୋଧ କରି ବାରର ପଦକ୍ଷେପ ନିନ୍ଦନୀୟ, ଆଶ୍ଚର୍ଯ୍ୟଜନକ ଓ ଦୁଃଖଦାୟକ । ଏଭଳି ଆଚରଣ ଆଞ୍ଚଳିକ ବୈଷମ୍ୟ ଭାବକୁ ପ୍ରୋତ୍ସାହନ ଦେବ ବୋଲି ଲେଖିଛନ୍ତି । ବଲାଙ୍ଗୀର ବାର ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଛି । ଜଣେ ଜିଲ୍ଲା ପରିଷଦ ସଦସ୍ୟା ଆଗମୀ ଜିଲ୍ଲା ପରିଷଦ ବୈଠକରେ ପ୍ରସଙ୍ଗ ଉଠାଇବେ ବୋଲି ସୂଚନା ଦେଇଛନ୍ତି । ବିଭିନ୍ନ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଛି । ଲମ୍ବା ଆନ୍ଦୋଳନ ପରେ ମହାମାରି କାରଣରୁ ସୁପ୍ତ ଆନ୍ଦୋଳନ ପୁଣି ତେଜିବା ସମ୍ଭାବନା ଦେଖାଦେଇଛି । ବାରର ପ୍ରସ୍ତାବ ଆଞ୍ଚଳିକ ବୈଷମ୍ୟ ମନୋଭାବର ନିଦର୍ଶନ । ସ୍ୱତନ୍ତ୍ର କୋଶଲ ରାଜ୍ୟ ହିଁ ଏକମାତ୍ର ସମାଧାନ । ଛୋଟ ଛୋଟ ହକ୍‌ ପାଇଁ ଥରକୁ ଥର ଲମ୍ବା ଲଢେଇ କରିବା ଅପେକ୍ଷା ସ୍ୱତନ୍ତ୍ର କୋଶଲ ରାଜ୍ୟ ଲଢେଇକୁ ସମର୍ଥନ କରି ଆର ପାର ଲଢେଇ ଆହ୍ୱାନ ଦେଇଛନ୍ତି କୋଶଲ ରାଜ୍ୟ ସମନ୍ୱୟ ସମିତି ମହାସଚିବ ପ୍ରମୋଦ କୁମାର ମିଶ୍ର, ବିଭୁଦତ୍ତ ମିଶ୍ର ପ୍ରମୁଖ । ଅସନ୍ତୋଷ ନିଆଁ ପଶ୍ଚିମରେ ବ୍ୟାପୁଛି । ସାମାଜିକ ଗଣମାଧ୍ୟମରେ ନିନ୍ଦା ଓ ବିରୋଧ କୂଳ ଖାଉଛି । ସମୟ କହିବ ଆଗକୁ କିଏ କିଏ ଓ କିଭଳି ପ୍ରତିକ୍ରୀୟା ପ୍ରକାଶ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

five × three =