କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ କୃଷି ରୂଣରେ ଜାଲିଆତି ଘଟଣା, ଅନୁଧ୍ୟାନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

0 46

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ପଡାଙ୍ଗ (ଶିରିଗିଡ଼ା) କୃଷି ସେବା ସମବାୟ ସମିତି ରେ କୃଷି ଋଣ କାରବାରରେ ବ୍ୟାପକ ଜାଲିଆତି ହେଇଥିବାର ଖବର ପାଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଆଜି ପଡାଙ୍ଗ (ଶିରିଗିଡା) ଗ୍ରାମ ର ଚାଷୀ ମାନଙ୍କୁ ଭେଟି ଘଟଣା ର ଅନୁସନ୍ଧାନ କରିଛନ୍ତି।
ବିଜେଡ଼ି ସରକାର ସମୟରେ ଚାଷୀ ମାନଙ୍କ ନାମରେ ଓ ଚାଷୀ ମାନଙ୍କ ଅଗୋଚରରେ ସମବାୟ ବିଭାଗର କର୍ମକର୍ତ୍ତା ମାନେ ଜାଲିଆତି କରି କୃଷି ଋଣ କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବାର ଆଜି ଶତାଧିକ ଚାଷୀ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ପାଖରେ ଅଭିଯୋଗ କରିଛନ୍ତି।
ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତର ସୁନ୍ଦୁରିଆ ଗ୍ରାମ ର ଚାଷୀ ମଧୂସୁଦନ ନାୟକ ଙ୍କ ନାମରେ ୧ଲକ୍ଷ ୪୫ ହଜାର ଟଙ୍କା ଓ ପଡାଙ୍ଗ ଗ୍ରାମ ର ଚାଷୀ ଚେମୂରୁ ମୁଣ୍ଡା ନାମରେ ଦୁଇଟି କିସ୍ତି ରେ ୧ଲକ୍ଷ ୬୦ ହଜାର ଟଙ୍କା ଜାଲିଆତି କରି ହରିଲୁଟ୍ କରାଯାଇଥିବା ର ଅଭିଯୋଗ ତେଲକୋଇ ଥାନା ରେ କରାଯାଇଛି।କୃଷି ଋଣ ଜାଲିଆତି କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ ଖୁଲମଖୁଲା ବିଚ ବଜାରରେ ବୁଲୁଥିବା ବେଳେ ପୋଲିସ ନିରବଦ୍ରଷ୍ଟା ପାଲଟିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ।

hiring

ଏହି ଦୁର୍ନୀତି ରେ ପୂର୍ବ ଶାସକ ଦଳ ବିଜେଡି ର ତୁଙ୍ଗ ନେତୃବୃନ୍ଦ ସମ୍ପୃକ୍ତ ଥିବା ଉପସ୍ଥିତ ଚାଷୀ ମାନେ ଶ୍ରୀ ସାହୁଙ୍କୁ ଅଭିଯୋଗ କରିଥିଲେ। କୃଷି ଋଣ କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଚାଷୀ ମାନେ ଦାବୀ କରିଥିଲେ। ଏହି କୃଷି ଋଣ କାରବାରରେ ହେଉଥିବା ବ୍ୟାପକ ଦୁର୍ନୀତି ର ତୁରନ୍ତ ତଦନ୍ତ କରାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବୀ କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଳା ସଭାପତି ଭାଗିରଥି ସିଂ , ଜିଲ୍ଳା ଉପସଭାପତି ଜୟ କୃଷ୍ଣ ମହାନ୍ତ, ସାଂସଦ ପ୍ରତିନିଧି ହରିହର ପ୍ରଧାନ, ଅଲେଖ କୁମାର ନାୟକ, ଅନନ୍ତ ସାହୁ, ଧୂର୍ବ ଚରଣ ସାହୁ, କହ୍ନେଇ ଚରଣ ସାହୁ, ବିଜେପି ଜିଲ୍ଳା ମିଡିଆ ସଂଯୋଜକ ବ୍ରଜକିଶୋର ରାୟ, ବିଜେପି ତେଲକୋଇ ମିଡିଆ ସଂଯୋଜକ ବିକ୍ରମ କେଶୋରୀ ଚୌହାନ,ଲୋକନାଥ ପ୍ରଧାନ, ସତ୍ୟନାରାୟଣ ସାହୁ, ସଚିଦାନନ୍ଦ ବେହେରା ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

fifteen − nine =