୪ ଦିନ ହେଲା ଅନ୍ଧାରରେ କଣ୍ଟମାଳ : ଉତ୍ତ୍ୟକ୍ତ ଉପଭୋକ୍ତାଙ୍କ ରାସ୍ତା ଅବରୋଧ, ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

0 368

କଣ୍ଟାମାଳ : ଗତ ୩୦ ତାରିଖରୁ ବିଦ୍ୟୁତ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥବାରୁ କଣ୍ଟାମାଳ ବ୍ଲକର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ବର୍ତ୍ତମାନର ଅସହ୍ୟ ଗରମ ଓ ଗୁଳୁଗୁଳିର ଶିକାର ହୋଇ ଛଟପଟ ହେଉଛନ୍ତି । ବିଦ୍ୟୁତ ଯୋଗାଣର କଷ୍ଟ ଅସହ୍ୟ ହେବାରୁ ଆଜି ଶହଶହ ଉପଭୋକ୍ତା କଣ୍ଟାମାଳ ଗ୍ରୀଡ଼ ସମ୍ମୁଖରେ ଏକତ୍ରିତ ହୋଇ ଟାଟା କମ୍ପାନୀ ଗୋ-ବେକ, ବିଦ୍ୟୁତ ବିଭାଗ ହାଏ ହାଏ ନାରାବାଜି କରି ୪୧ନଂ ରାଜ୍ୟ ରାଜପଥକୁ ଅବରୋଧ କରି ରଖିଥିଲେ । ସେହି ରାସ୍ତାଦେଇ ବୌଦ୍ଧ ଉପଜିଲ୍ଲାପାଳ ସାନନ୍ଦ କୁମାର ନାୟକ ସରକାରୀ କାର୍ଯ୍ୟରେ କଣ୍ଟାମାଳ ଆସୁଥିବା ବେଳେ ବିକ୍ଷୋଭକାରୀଙ୍କ ସମ୍ମୁଖୀନ ହୋଇଥିଲେ । ଶ୍ରୀ ନାୟକ ସ୍ଥାନୀୟ ତହସିଲଦାର ରୀନା ପ୍ରଧାନଙ୍କ ଉପସ୍ଥିତିରେ ବିେ କ୍ଷୋଭକାରୀଙ୍କ ସହିତ ଆଲୋଚନା କରିବା ସହ ବିଜୁଳି ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ବୌଦ୍ଧ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଆସନ୍ତା ୬ ତାରିଖରେ ଟାଟା ଅଧିକାରୀ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ କଣ୍ଟାମାଳ ଥାନାରେ ଅଲୋଚନା କରି ସ୍ଥାୟୀ ସମାଧାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବିଦ୍ୟୁତ ଯୋଗାଣର ସ୍ଥାୟୀ ସମାଧାନ କରାନଗଲେ ଉପଭୋକ୍ତା ବାଧ୍ୟ ହୋଇ ଆସନ୍ତା ୭ ତାରିଖରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ବିଦ୍ୟୁତ ଉପଭୋକ୍ତା ସଂଘର ସଦସ୍ୟ ରଞ୍ଜିପ କୁମାର ସାହୁ, ଶିବାଶିଷ ମହାପାତ୍ର, ସତୀଶ ମାହଣା, ଦିବ୍ୟଶଙ୍କର ରାଉତ, ରବିନାରାୟଣ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

7 + 6 =