ମାନବିକତା ଦେଖାଇଲେ ରାଇକିଆ ଥାନା ଅଧିକାରୀ ଓ ବେରେଡାକିୟା ସରପଞ୍ଚ

0 127

ରାଇକିଆ: ଆଜି ସକାଳ ସମୟରେ ଅଜଣା ଗାଡ଼ିରେ ଧକ୍କାରେ ଜଣେ ମୋଟର ସାଇକେଲ ଆରହୀ ଦଣ୍ଡପାଣି ମାଝୀ ନାମକ (୪୫)ବର୍ଷର ଯୁବକ ମୃତ୍ୟୁ ବରଣ କରିଥିଲେ । ସେ ଦୁଶାରୀ ଥାନା ବ୍ରାହ୍ମଣିଗାଁ ପଞ୍ଚାୟତ ଗଦାପୁର ଗ୍ରାମର ବୋଲି ଜଣାପଡିଛି । ଋତୁଙ୍ଗିଆ ଅଞ୍ଚଳରେ ପ୍ରେସବିଟର ଭାବେ କାମ କରୁଥିଲେ ବୋଲି ତାଙ୍କ ସମ୍ପକୀୟଙ୍କ ଠାରୁ ସୂଚନା ମିଳିଛି ।
ଘଟଣାରୁ ଜଣା ପଡିଛି, ଯେ ସକାଳୁ ସିଏନଆଇ ଚର୍ଚ୍ଚର ପ୍ରେସବିଟର ଦଣ୍ଡ ପାଣି ମାଝୀ ଋତୁଙ୍ଗିଆରୁ ଉଦୟଗିରି ଡାୟସିଷ ଅଫିସକୁ ଓଡି୧୨ସି ୯୩୫୫ ନମ୍ୱର୍‌ ବିଶିଷ୍ଟ ବାଇକ୍‌ ଦ୍ୱାରା ଯାଉଥିଲେ କିନ୍ତୁ ରାଇକିଆ ନିକଟ ରାମମୁଣ୍ଡା ଟର୍ଣ୍ଣିଂରେ ହଠାତ ଏକ ଅଜଣା ଗାଡି ଧକ୍କା ହେବା ଫଳରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ମୁଣ୍ଡରେ ହେଲମେଟ ଲାଗିଥିଲା ବେଳେ ରକ୍ତ ଚାରିଆଡେ ବହିଯାଇଥିଲା । ଅଞ୍ଚଳର ଲୋକେ ରାଇକିଆ ଥାନାକୁ ଖବର ଦେବାରୁ ଥାନା ଭାରପ୍ରାପ୍ତ ଅଧିକାରି ରମାକାନ୍ତ ପାତ୍ର ଘଟଣା ସ୍ଥଳକୁ ତୁରନ୍ତ ପହଞ୍ଚିଥିଲେ । ଏହି ସମୟରେ ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଆସିଲା ବେଳକୁ ଡେରିହେବ ଭାବି ଥାନା ଅଧିକାରୀ ନିଜ ଅଫିସ ଗାଡ଼ିରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିବା ପରେଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ । ମୃତ୍ୟୁ ବରଣ କରିଥିବା ଦଣ୍ଡପାଣି ମାଝୀଙ୍କ ପରିବାରକୁ ଖବର ଦିଆଯାଇଥିଲା ଓ ଖବର ପାଇ ପରିବାର ଲୋକ ଆସିଥିଲେ । ସରପଞ୍ଚ ଅକ୍ଷୟ ପ୍ରଧାନ ଧଳା ଧୁତି କିଣି ଘୋଡାଇ ଦେଇଥିଲେ । ସ୍ଥାନୀୟ ଥାନା ଅଧିକାରୀ ଏବଂ ସରପଞ୍ଚଙ୍କ ଏଭଳି କାମ ଦେଖି ରାଇକିଆ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଜନସାଧାରଣ ପ୍ରଶଂସା କରିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

4 + 14 =