ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ୱାରା ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

0 44

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ୱାରା ଆୟୋଜିତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଫୁଲବାଣୀ ନଗରସ୍ଥ ଗୁଦାରି ନିକଟ ସାଧନ ଅନୁଷ୍ଠାନଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବର ସ୍ୱାଗତ ଭାଷଣରେ ସମାଜସେବୀ ତଥା ପି.ଏଲ.ଭି ମେମ୍ବର ନିରଞ୍ଜନ ପାଣ୍ଡେ ବିଶ୍ୱ ଶିଶୁ ଶ୍ରମିକ ନୀରୋଧ ଦିବସର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ଶିଶୁ ମଙ୍ଗଳ କମିଟିର ସଦସ୍ୟ ଆଡଭୋକେଟ ଶ୍ରୀମତି ଜୟନ୍ତୀ ପାଣିଗ୍ରାହୀ ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ କିପରି ଶ୍ରମିକ ଭାବେ ନିୟୋଜିତ ନକରି ସେମାନଙ୍କୁ ସେମାନଙ୍କ ଅଧିକାର ଦିଆଯିବ ତଥା ଏଥିପାଇଁ ଆଇନର ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାଧନ ଅନୁଷ୍ଠାନର ସମ୍ପାଦକ ଏସ ପାଓଲ ରାଜ ନିଜ ବକ୍ତବ୍ୟରେ କହିଥିଲେ ମଧ୍ୟ ସେମାନଙ୍କ ଅଧିକାର ଠାରୁ ବଞ୍ଚିତ ଅନେକ ଶିଶୁଙ୍କ ପାଇଁ ଏହି ପରି ଅନେକ କାର୍ଯ୍ୟକ୍ରମ ଆବଶ୍ୟକ । ଏହି ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତି ରମାଦେବୀ ସୋରେନ ଉପସ୍ଥିତ ସାଧନ ଅନ୍ତେବାସୀ ଶିଶୁ ଭାଇଭଉଣୀମାନଙ୍କୁ ଶିଶୁ ସୁଲଭ ଭାଷାରେ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ସହ ବିସ୍କୁଟ,ଫଳରସ ଆଦି ବଣ୍ଟନ କରିଥିଲେ । ଶିଶୁମାନଙ୍କ ସକ୍ରିୟ ଅଂଶ ଗ୍ରହଣରେ ପାଇଁ ସାଧନ ଅନୁଷ୍ଠାନର ମାଆ ଏପରି ସଚେତନତା କାର୍ଯ୍ୟକ୍ରମ ପାଇଁ ଖୁସିବ୍ୟକ୍ତ କରିଥିଲେ । ସାଧନର ମେମ୍ବର ସମ୍ପାଦକ ତଥା କାଉନସେଲର ଶିବା ମାଥ୍ୟୁ ଅତିଥି ପରିଚୟ ତଥା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × three =