ଦଶପଲ୍ଲା ଉପକଣ୍ଠରେ ବାଘ ଓ ହାତୀ ଭୟ !

0 113

ଦଶପଲ୍ଲା : ଦିନକୁ ଦିନ କ୍ଷୟ ହେଉଛି ଜଙ୍ଗଲ । ବଣ ଜଙ୍ଗଲରେ ଖାଦ୍ୟ ନ ପାଇ ବନ୍ୟଜନ୍ତୁ ହେଉଛନ୍ତି ଗାଁ ଓ ସହର ମୁହାଁ । ଦଶପଲ୍ଲା ବନାଞ୍ଚଳର ସାକେଣୀ ଫରେଷ୍ଟ ସେକ୍ସନ, ତେଣ୍ଡାବାଡ଼ି ପଞ୍ଚାୟତର ପୁରୁଣା ପୋଇବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ବାଘଙ୍କ ଚଳପ୍ରଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ୩ଟି ବାଘ ଗାଁ ନିକଟକୁ ଆସୁଛନ୍ତି । ରାତିରେ ବାଘଙ୍କ ଗର୍ଜନ ଶୁଣା ଯାଉଥିବା ବେଳେ ସେମାନଙ୍କ ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ନେଇ କୁସୁମଗାଡ଼ିଆ, ବରସାହି, ଖଳିସାହି ଏବଂ କୁସୁମକଣ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦିନବେଳା ଲୋକ ଆଉ ଜଙ୍ଗଲକୁ ଗାଈଛେଳି ଚରାଇ ନେବାକୁ ଭୟ କରୁଛନ୍ତି । ସେହିଭଳି ଉକ୍ତ ଅଞ୍ଚଳରେ ୧୪ ପଟିଆ ହାତୀଙ୍କ ଚଳପ୍ରଚଳ ରହୁଛି । ବିଭିନ୍ନ ସ୍ଥାନରେ ଧାନ ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

twelve + 15 =