ଆରଢିପା ପାଇଲା ଶ୍ରେଷ୍ଠ ପାଣି ପଞ୍ଚାୟତ ପୁରସ୍କାର

0 134

ଚମ୍ପୁଆ: ଓଡିଶା ଉଠା ଜଳସେଚନ ନିଗମରେ ୫୧ ତମ ପ୍ରତିଷ୍ଠା ଦିବସରେ ଚମ୍ପୁଆ ଉଠା ଜଳସେଚନ ବିଭାଗରେ କଙ୍କଡା ଗ୍ରାମର ଆରଢିପା ପାଣି ପଞ୍ଚାୟତକୁ ଶ୍ରେଷ୍ଠ ପାଣି ପଂଚାୟତ ଭାବେ ପୁରସ୍କୃତ କରାଯାଇଛି । ଗୁରୁ କେଳୁଚରଣ ମହାପାତ୍ର ଓଡିଶା ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଆରଢିପା ପାଣି ପଂଚାୟତର ସଭାପତି ମକୁରୁ ଧର ନାଏକ ଓ ସମ୍ପାଦକ ଅମୂଲ୍ୟ ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରେଷ୍ଠ ପାଣି ପଂଚାୟତର ପୁରସ୍କାର ଗ୍ରହଣ କରିଥିଲେ । ଓଡିଶାର ସହଭାଗୀ ଜଳସମ୍ପଦ ପରିଚାଳନ କ୍ଷେତ୍ରରେ ଏହି ପାଣି ପଂଚୟାତର ଭୂମିକା ଉଚ୍ଚ କୁଟିର ହୋଇଥିବା ବେଳେ ପ୍ରକଳ୍ପର ରକ୍ଷଣାବେକ୍ଷଣ, ସଠିକ୍‌ ସମୟର ବିଦ୍ୟୁତ ବିଲପୈଠ, ପରିଚାଳନାରେ ଦକ୍ଷତା, ସୁଷମ ଜଳ ବଂଟନ, ଉପୁଜୁଥିବା ବିଭାଗର ସୁସମାଧାନ, ବିଭିନ୍ନ ବିଭାଗ ସହ ସମନ୍ୱୟ ସ୍ଥାପନ, ନୂତନ କୃଷି ପଦ୍ଧତିର ରୂପାୟନ ଏବଂ ଜଳସେଚନରେ ଆଧୁନିକ ପ୍ରଯୁକ୍ତ ବିଦ୍ୟାର ପ୍ରୟୋଗ ସହ ନୂତନ ବିଚାର ଧାରା ପ୍ରୟୋଗ କରି ସମାଜର ଏକ ଉଦାହରଣ ସାଜିଥିବାରୁ ଏହି ପୁରସ୍କାର ମିଳିଥିଲା । ଏହି ପାଣି ପଂଚାୟତ ଜିଲ୍ଲାର ଶ୍ରେଷ୍ଠ ପାଣି ପଂଚୟାତର ଭାବେ ପରିଗଣିତ ହୋଇଛି ।

hiranchal ad1
Leave A Reply

Your email address will not be published.

1 + five =