ଦେଶର ଭାଇଚାରାକୁ ସୁଦୃଢ କରେ ହର୍‌ ଘର ତ୍ରିରଙ୍ଗା

0 72

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ହର୍‌ ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତମାତାର ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲଙ୍କ ତତ୍ତ୍ୱାବଧାନରେ ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ପୋଷ୍ୟ ଗ୍ରାମ ତୀର୍ଲିଆମ୍ବଗୁଡ଼ା ଅଭିମୁଖେ ଯାଇଥିଲା । ଗ୍ରାମ ପରିକ୍ରମା ସମୟରେ ଉପସ୍ଥିତ ଜନସାଧାରଣଙ୍କୁ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ଓ ପ୍ରତ୍ୟେକ ଘରେ ଯେପରି ଏହାକୁ ଅତି ଆଦରର ସହିତ ପାଳନ କରିବେ ସେଥିପାଇଁ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରାଯାଇଥିଲା । ଗ୍ରାମର ଛୋଟପିଲା ମାନଙ୍କୁ ମଧ୍ୟ ତ୍ରିରଙ୍ଗା ପତାକାକୁ କିପରି ଏବଂ କାହିଁକି ସମ୍ମାନ କରିବା, ସେ ବିଷୟରେ ଛାତ୍ରଛାତ୍ରୀ ମାନେ ବୁଝାଇଥିଲେ । ଶ୍ରାବଣ କୁମାର ପୁଝାରୀ, ଜିଭିଭି ରଞ୍ଜିତା, ସୁଲୋଚନା ନାୟକ, ପଲ୍ଲବୀ ସାହୁ, ଯୁଗଳ କର୍କରା ପ୍ରମୁଖ ଅତିଥି ଅଧ୍ୟାପକ ଅଧ୍ୟାପିକା ଉକ୍ତ ଶୋଭାଯାତ୍ରାର ପ୍ରମୁଖ ଦାୟିତ୍ୱ ତୁଲେଇ ଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ଶୋଭାଯାତ୍ରାକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − 9 =