ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

0 65

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସରି ସରି ଆସୁଛି ।ତିନିରଥରେ ଋଷିପଟା ଲଗାଯାଇଛି । ତେରପରସ୍ତ ପୋଟଳ ତଳେ ଋଷିପଟା ସଂଯୋଗ କରାଯାଇଛି । ରଥବେଦି ସମ୍ମୁଖ ଭାଗରେ ପଟାବାଡ଼ିଆ ଶେଷ ହୋଇଛି । ରୂପକାର ସେବକମାନେ ରଥଚକ ଏବଂ ଗୁଜ ସମେତ ବିଭିନ୍ନ ଅଂଶ ରଙ୍ଗ କରୁଛନ୍ତି । କଳସରେ ଲାଗିବାକୁ ଥଢିବା ପାଖୁଡ଼ାଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । ୨୪ ନାଟଗୋଡ଼ ମଧ୍ୟରୁ ଆଉ ୨ଟିର ଖୋଦେଇ ବାକି ରହିଛି । ଦୁଆରବେଢ଼ା, ପ୍ରଭା ଏବଂ ଜଗତପୃଷ୍ଠ ଶେଣି ନିର୍ମାଣ ଶେଷ ହୋଇଛି । ଢମକ ପଡ଼ିବା ପରେ ଜଗତପୁଷ୍ଠ ଶେଣି ଲଗାଯିବ । ଓଝା ସେବକମାନେ ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି । ଦରଜି ସେବକଙ୍କ ଦ୍ୱାରା ରଥ କନା ସିଲାଇ କରାଯାଉଛି । ଚିତ୍ରକାରମାନେ ପାର୍ଶ୍ୱ ଦେବଦେବୀଙ୍କୁ ରଙ୍ଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

four × two =