ଗଜପତି ଜିଲ୍ଲା ସ୍କାଉଟସ୍‌ ଓ ଗାଇଡସ୍‌କୁ ରାଜ୍ୟ ପୁରସ୍କାର ପ୍ରଦାନ

0 109

ଗଜପତି: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍‌ ଓ ଗାଇଡ଼ସ୍‌ର ୩୬ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜ୍‌ ଭବନର ନୂଆ ଅଭିଷେକ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍କ ।ଉଟସ୍‌ ଏବଂ ଗାଇଡ଼ସ୍‌ର ପୁଷ୍ଠ ପୋଷକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାକୁ Best district camporee ଭାବରେ ପୁରସ୍କୃତ କରିଛନ୍ତି ।ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲାର ଭାରପ୍ରାପ୍ତ କ୍ରୀଡା ନିରୀକ୍ଷକ ତଥା ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର, ଏବଂ ଆୟୋଜନ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ଗୌଡ଼ ଯୋଗଦେଇ ପୁରସ୍କାର, ପ୍ରମାଣପତ୍ର, ମହା ମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଥିଲେ ଏବଂ ଚଳିତ ବର୍ଷର ରାଜ୍ୟ ପୁରସ୍କାର ଜିଲ୍ଲାର ସ୍କାଉଟସ୍‌ ଏବଂ ଗାଇଡସ୍‌ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସଂଗଠନର ରାଜ୍ୟ ସଭାପତି ମାନ୍ୟବର ମନ୍ତ୍ରୀ ଅତ୍ୟନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଟୁକୁନି ସାହୁ, ଉପ ସଭାପତି ମିନତୀ ବେହେରା, ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକ ରାୟ, ରାଜ୍ୟ କମିଶନର ଗାଇଡ଼ସ୍‌ ଅନାମିକା ଦାସ ଏବଂ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ଶିକ୍ଷାଅଧିକାରୀମାନେ ଯୋଗ ଦେଇଥିଲେ ।ଜିଲ୍ଲାର କମିଶନର ସ୍କାଉଟସ୍‌ ପ୍ରଫୁଲ୍ଲ କୁମାର ମହାନ୍ତି, କମିଶନର ଗାଇଡସ୍‌ ଏସ. ମଣିମାଳା, ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର, ଡିଓସି ସଞ୍ଜୟ କୁମାର ପାତ୍ର, ଧୀରେନ୍ଦ୍ର ସାମଲ, ମେନେକା ରାଓ, ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ଶ୍ରେୟ ଜଣାଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହିଭଳି ସଫଳତା ଉତ୍ସ ।ହ ଓ ସହଯୋଗ ଗଜପତି ଜିଲ୍ଲାର ସମସ୍ତ ଭାରତ ସ୍କାଉଟସ୍‌ ଓ ଗାଇଡସ୍‌ ଗ୍ରୁପ ଭାରପ୍ରାପ୍ତ ଆ.ଇ.ପି ସୁରେନ୍ଦ୍ର କୁମାର ପାତ୍ର, ସଞ୍ଜୟ ପାତ୍ର, ପ୍ରଧାନ ଶିକ୍ଷକ ବିଜୟ ଗୌଡ଼, ସାତ୍ମିକ କୁମାର ପଟ୍ଟନାୟକ ଓ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =