ବିପଦସଙ୍କୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ୍‌ ତାର

0 111

ନୂଆପଡା: ସ୍କୁଲ ପରିସରରେ ବିପଦସଂକୁଳ ଅବସ୍ଥାରେ ଏଗାର କେଭି ବିଦ୍ୟୁତ ତାର ରହିଛି । ଏହାକୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି, ନହେଲେ କୌଣସି ଦୁର୍ଘଟଣା ଘଟିଲେ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଭିତର ଦେଇଯାଇଛି ଏଗାର କେଭି ବିଦ୍ୟୁତ ଲାଇନ । ତାର ସଂଯୁକ୍ତ ହୋଇଥିବା ଖମ୍ବ ମଧ୍ୟ ଭାଙ୍ଗିବା ଅବସ୍ଥାରେ ରହିଛି । ଉକ୍ତ ଖମ୍ବ ପାଖରେ ଝିଅମାନଙ୍କର ଶୌଚାଳୟ ରହିଛି । ଏଠାରେ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ପ୍ରାୟ ୬ଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଦ୍ୟୁତ ତାର ପାଇଁ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । କେବଳ ସ୍କୁଲ ନୁହଁ, ସ୍କୁଲକୁ ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଥିବାରୁ ଦୈନିକ ଶତାଧିକ ଲୋକ ବ୍ୟାଙ୍କକୁ ଆସୁଛନ୍ତି । ସେମାନଙ୍କ ପାଇଁ ଏହି ତାର ବିପଦ ହୋଇ ରହିଛି । ସ୍କୁଲ ପରିଚାଳନା କମିଟି ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଶୀଘ୍ର ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ନ କଲେ ଭବିଷ୍ୟତ ବିପଦ ପାଇଁ ବିଦ୍ୟୁତ ବିଭାଗ ଦାୟୀ ରହିବ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ବିଭୂତି ଭୂଷଣ ଦାଶ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗ ଏସଡିଓ ସୁଖ୍ୟାତ ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ କିନ୍ତୁ ଏଦିଗରେ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

three × four =