ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

0 121

ହରଭଙ୍ଗା: ଆଜି ହରଭଙ୍ଗା ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ ଠାରେ କେବଳ ବରିଷ୍ଠ ନାଗରିକ ଓ କୀଡ୍‌ନୀ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିର ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ୮ଶହରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଓ କୀଡ୍‌ନୀ ରୋଗୀ ଯୋଗଦେଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ କଟକ, ଭୁବନେଶ୍ୱର ଓ ବୁର୍ଲା ମେଡିକାଲ କଲେଜ ଓ ସମ୍‌ ଡାକ୍ତରଖାନାର ବିଶେଷଜ୍ଞ ଚିକିତ୍ସକ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ଯଥା -ଇ.ସି.ଜି, ଏକ୍ସ-ରେ ଓ ବିଭିନ୍ନ ରୋଗର ରକ୍ତ, ପରିସ୍ରା ଆଦି ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ,ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ବୌଦ୍ଧ ସିଡିଏମ୍‌ଓ ଅଭୟ ଦାସ, ଡ଼. କିଶୋର ପଟ୍ଟନାୟକ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ଅମାତ କହିଲେ ଯେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୪୨ତମ ସ୍ୱାସ୍ଥ୍ୟ ସେବା ଶିବିର ଆଜି ହରଭଙ୍ଗାଠାରେ ହୋଇଯାଇଛି । ଏହି ଅନୁଷ୍ଠାନର ସେବା ମନବୃତତ୍ତ ପଦକ୍ଷେପ ସ୍ୱାଗତ ଯୋଗ୍ୟ ଅଟେ । ଅନୁଷ୍ଠାନର ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି । ଏହି ଶିବିରକୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳରୁ ରୋଗୀମାନେ ଆସି ଚିକିତ୍ସାର ସୁବିଧା ପାଇପାରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 20 =