ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଓ ପ୍ରଚାର, ନିମନ୍ତ୍ରଣ ପତ୍ର ଉନ୍ମୋଚିତ

0 73

ସମ୍ବଲପୁର : ସ୍ଥାନୀୟ ବୁର୍ଲା ଠାରେ ଷଷ୍ଠ ବାର୍ଷିକୀ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ସମିତି ସଭାପତି ଦୂତୀକୃଷ୍ନ ପାଢୀଙ୍କ ସଭାପତିତ୍ୱରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ସ୍ଥିତ ମହାଯଜ୍ଞ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୪ ଫେବୃଆରୀରୁ ୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପୁରୀରୁ ଏବଂ ବିଭିନ୍ନ ସ୍ଥାନରୁ ୨୫ ଜଣ ପଣ୍ଡିତ ଆସିବେ । ଏହି ଅବସରରେ ପ୍ରତ୍ୟେକ ଦିନ ଅନ୍ନ ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା ରହିବ, ସୂର୍ଯ୍ୟ, ଧେନୁ, ସର୍ବଦେବ ପୂଜା ହେବ । ଏଥିପାଇଁ ଫେବୃଆରୀ ୨୫ ତାରିଖ କଳସଯାତ୍ରା, ଅଗ୍ନି ସ୍ଥାପନ, ବ୍ରାହ୍ମଣ ବରଣ କାର୍ଯ୍ୟକ୍ରମ ରହିବ । ଏସବୁ କାର୍ଯ୍ୟକ୍ରମର ସଫଳତା ସକାଶେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ନିବେଦନ କରାଯାଇଛି । ଏହି ଅବସରରେ ନିମନ୍ତ୍ରଣ ପତ୍ର ଓ ପ୍ରାଚୀର ପ୍ରଚାର ପତ୍ରକୁ କୋଷାଧ୍ୟକ୍ଷ ଚକ୍ରଧର ଚଇନି ଓ ଦୂତୀ କୃଷ୍ନ ପାଢୀ ଉନ୍ମୋଚନ କରିଥିଲେ । ସମ୍ପାଦକ ସୁନୀଲ ଆଚାର୍ଯ୍ୟ ବୈଠକ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ପଣ୍ଡିତ ପ୍ରଫୁଲ୍ଲ କର, ଅମୂଲ୍ୟ ଷଡଙ୍ଗୀ, ଶାନ୍ତନୁ ତ୍ରିପାଠୀ, ସମାଜସେବୀ ପ୍ରଶାନ୍ତ ପାଢୀ, ପ୍ରଦୀପ ପଣ୍ଡା, କ୍ଷୀରୋଦ ନନ୍ଦ, କାହ୍ନୁ ଷଡଙ୍ଗୀ, ଶଶାଙ୍କ ପଣ୍ଡା, ଦୁଲାଲ ପଣ୍ଡା, କବି ପ୍ରମୋଦ ଦାସ, ଭାଗୀରଥୀ ମହାପାତ୍ର, ଅବିନାଶ ଦୀକ୍ଷିତ, ସୁବଳ ସ୍ୱାଇଁ, ଲାଭାଂଶ ଶର୍ମା, ଦେବେଶ ଶର୍ମା, ଶିବ ଚୌଧୁରୀ, ଶାନ୍ତନୁ ନାୟକ ସମେତ ବହୁତ ସଂଖ୍ୟାରେ ସଦସ୍ୟ ଉପସ୍ଥିତ ରହିଥିଲେ । ସଭା ଶେଷରେ ଚକ୍ରଧର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × one =