ଡାକ୍ତରାଣୀ ହେବେ ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡା

0 82

ଭୁବନେଶ୍ଵର, : ଯାତ୍ରା ଇତିହାସରେ ପ୍ରଥମ। NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯାତ୍ରା ଜଗତ ପାଇଁ ସୁନାମ ଅର୍ଜନ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡା । ସର୍ବ ଭାରତୀୟ ସ୍ତରରେ ୭୫ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ସେ ଓଡ଼ିଶା ଯାତ୍ରା ଜଗତ ପାଇଁ ଗୌରବ ଆଣିଛନ୍ତି। ଏବେ ଭୁବନେଶ୍ଵର ଏମ୍ସରେ MBBS କରିବେ। ପରେ କାର୍ଡିଓଲୋଜିରେ ପିଜି କରିବେ। ଏହି ଖବର ଶୁଣିବା ପରେ ଯାତ୍ରା ମାଲିକ ଓ କଳାକାରମାନେ ଗର୍ବ ଅନୁଭବ କରୁଛନ୍ତି। 

hiring

ଯାତ୍ରା ଯାଜ୍ଞସେନୀର ମୁଖ୍ୟ ନାୟିକା ରାଧା ପଣ୍ଡା ଯୁକ୍ତ ଦୁଇ ସାରିବା ପରେ ନିଟ୍ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସର୍ବ ଭାରତୀୟ ସ୍ତରରେ ସେ ୭୫ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସର୍ବମୋଟ ୭୨୦ ନମ୍ଵରରୁ ୭୧୬ ନମ୍ଵର ରଖିଛନ୍ତି। ଫିଜିକ୍ସ କେମେଷ୍ଟ୍ରିରେ ଫୁଲ୍ ମାର୍କ ରଖିଛନ୍ତି। ବାୟୋଲୋଜିରେ ତାଙ୍କର ୪ ମାର୍କ କଟିଛି। ଏଥିପାଇଁ ସେ କଠିନ ଅଧ୍ୟବସାୟ କରିଛନ୍ତି। ରାତିରେ ମଞ୍ଚ ଉପରେ ଆକ୍ଟିଂ କରିବା ସହ ପାଠପଢା ତାଙ୍କ ପାଇଁ ଖୁବ୍ କଷ୍ଟସାଧ୍ୟ ଥିଲା। ଦୀର୍ଘ ୫ ବର୍ଷର ପରିଶ୍ରମ ପରେ ତାଙ୍କୁ ସଫଳତା ମିଳିଛି। 

ଯାତ୍ରା କଳାକାର ସଂଘର ସଭାପତି ବାପି ପଣ୍ଡା ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଜଣେ କଳାକାର ସବୁ କିଛି କରିପାରିବ। ସେହିପରି ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଏବଂ ଅପେରା ଅଶୋକ ସମ୍ରାଟର ମାଲିକ  ଅନନ୍ତ ନାରାୟଣ ଧଳ, ଯାତ୍ରା ଧଉଳି ଗଣନାଟ୍ୟର ମାଲିକ ବାବୁନି ରାଜ୍, ଯାତ୍ରା ରଙ୍ଗମହଲର ମାଲିକ ସତ୍ୟ ଜେନା ଯାତ୍ରା ପାଇଁ ରାଧା ପଣ୍ଡା ଗର୍ବ ଏବଂ ଗୌରବ ବୋଲି କହିଛନ୍ତି।

hiranchal ad1
Leave A Reply

Your email address will not be published.

four + seven =