ଆଜି ଶ୍ରୀମନ୍ଦିରରେ କୃଷ୍ଣ ବଳରାମ ବେଶ

0 60

ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଶ୍ରୀମନ୍ଦିର ରେଶ୍ରୀଜୀଉ ମାନ ଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶ ବହୁତ ଆକର୍ଷଣୀୟ ତଥା ମନୋରମ ହୋଇଥାଏ । ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିଲା ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ , ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଯୋଗମାୟା ବେଶ ରେ ସୁସଜ୍ଜିତ କରାଯାଇଥାଏ । ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳରେ ଗୋ ବତ୍ସା ଚାରଣର ବାତା ବରଣ ସ୍ପଷ୍ଟ ପ୍ରତୀୟମାନ ହୁଏ ଏହି ବେଶରେ ।
ଏହି ବେଶରେ ଶ୍ରୀ ଜଗନ୍ନାଥ , ଶ୍ରୀ ବଳଭଦ୍ର ଙ୍କ ଦୁଇ ହସ୍ତ ଓ ସୁଭଦ୍ରାଙ୍କ ୪ହସ୍ତ ହୋଇଥାଏ । ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଛନ୍ଦ ପୟର ଭଙ୍ଗୀରେ ଦଣ୍ଡାୟମାନ ହୋଇଥାନ୍ତି । ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥାନ୍ତି ।
ଏତଦବ୍ୟତୀତ ବାଙ୍କ ଚୂଳ କିରୀଟ ସୁଶୋଭିତ ଶ୍ରୀ ଜଗନ୍ନାଥଙ୍କ ହସ୍ତରେ ବଂଶୀ ଓ ପଦ୍ମ, ଶ୍ରୀ ବଳଭଦ୍ରଙ୍କ ଡାହାଣ ହସ୍ତରେ ଶିଂଘା ଓ ବାମ ହସ୍ତରେ ପଦ୍ମ ସହ କିରୀଟି ଉପରେ ସପ୍ତଫେଣୀ ନାଗ ଶୋଭା ପାଇଥାଏ । । ବାଙ୍କ ଚୂଳ କିରୀଟି ଉପରେ ପତ୍ର ଲଗା କଦମ୍ବ ଫୁଲ, ଦେଢ଼ି, ମଲ୍ଲ କଢି, ଚନ୍ଦ୍ର, ଚିତା, ନାକଚଣା, ହାତ ଫେର, ଖଡୁ , ଶ୍ରୀପୟରରେ ପାଉଁଜି, ବାଙ୍କି, ପାହୁଡ଼, ଗୋଡ଼ମୁଦି ଇତ୍ୟାଦି ସଜ୍ଜିତ କରାଯାଇଥାଏ ।
ଦେବୀ ସୁଭଦ୍ରା ଏହି ବେଶରେ ୪ ହସ୍ତ ଅଭୟ ବରଦ, ପାଶ, ଅଙ୍କୁଶ ଧାରଣ କରିଥାନ୍ତି ।
ରତ୍ନସିଂହାସନରେ ବିରାଜିତ ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁଇ ପାଖରେ ନନ୍ଦ, ଯଶୋଦା , ବସୁଦେବ, ଦେବକୀ, ଗୋପାଳ ବାଳକ, ଗୋପୀ, ବ୍ରହ୍ମା, ଇନ୍ଦ୍ର, ନାରଦ ରୋହିଣୀ ଆଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି ।
ଏହି ବେଶ ଥାଇ ଶ୍ରୀଜୀଉମାନଙ୍କ ସାନ୍ଧ୍ୟ ଧୂପ ଅନୁଷ୍ଠିତ ହୋଇଥାଏ । ଏହା ବିଳମ୍ବିତ ରାତ୍ରୀ ଯାଏ ଚାଲିଥାଏ । ତତ୍ପରେ ବେଶ ଓଲାଗି ହୋଇ ଅନ୍ୟ ନୀତି ହୋଇଥାଏ ।

hiranchal ad1
Leave A Reply

Your email address will not be published.

ten + eighteen =