ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଆଜି ଆସିବ ରାୟ

0 48

ନୂଆଦିଲ୍ଲୀ : ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତକାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି । ଅଦାଲତ ଶୁଣାଣି ଶେଷ କରିଥିଲେ ହେଁ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ରାୟ ଘୋଷଣା ହୋଇପାରେ । ଗତକାଲି ଶୁଣାଣି ବେଳେ ଉଭୟ ପକ୍ଷର ଓକିଲ ଉପସ୍ଥିତ ରହି ସେମାନଙ୍କ ପକ୍ଷ ରଖିଥିଲେ । ନିର୍ମାଣ ବିରୋଧରେ ଯୁକ୍ତି ବାଢି ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ କହିଥିଲେ, ନିଷିଦ୍ଧାଞ୍ଚଳରେ ଆଦୌ କୌଣସି ନିର୍ମାଣ ହୋଇପାରିବନି । ରେଗୁଲେଟଡ ଅଞ୍ଚଳ ପାଇଁ ବି କୌଣସି ଅନୁମତି ଦିଆଯାଇ ନାହିଁ । କୌଣସି ନିର୍ମାଣ କାମକୁ ଅନୁମତି କିମ୍ବା ମଂଜୁରୀ ଦିଆଯାଇ ନାହିଁ । ପରିକ୍ରମା ପ୍ରକଳ୍ପ ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ଏନଓସି ଦିଆଯାଇ ନାହିଁ । ଏହି ନିର୍ମାଣ ଦ୍ୱାରା ଆମସାର ଆକ୍ଟର ଖୋଲା ଉଲ୍ଲଂଘନ କରାଯାଇଛି ବୋଲି ସେ କହିଥିଲେ । ଆବେଦନକାରୀଙ୍କ ଓକିଲ ଗୌତମ ଦାସ କହିଛନ୍ତି, ଏଏସଆଇ,ଏଏନଏମର ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ ଚାଲୁଛି । ଏହାଦ୍ୱାରା ମନ୍ଦିରର ଐତିହ୍ୟ, ସଂସ୍କୃତି ନଷ୍ଟ ହେବ । ୨୦୨୧ରେ ଏନଓସି ପାଇଥିବା ସରକାରୀ ପକ୍ଷ ଓକିଲ ଦାବି କରୁଛନ୍ତି । ହେଲେ ସେତେବେଳେ ଯେଉଁ ଡିଜାଇନ ପାଇଁ ଅନୁମତି ପାଇଥିଲେ, ତାହାକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇଛି । ଯଦି ଏନଓସି ନେଇଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ବହୁ ତଳକୁ ଖୋଳି ନିର୍ମାଣ କାର୍ଯ୍ୟ କରିଛନ୍ତି । ଏହାଦ୍ୱାରା ମନ୍ଦିରରେ ଫାଟ ସୃଷ୍ଟି ହେବ ବୋଲି ଶ୍ରୀ ଦାସ କହିଥିଲେ । ଏହି ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟ ସରକାରଙ୍କ ପକ୍ଷରେ ଥିବା ସୁପ୍ରିମକୋର୍ଟରେ ପିନାକୀ ମିଶ୍ର କହିଥିବା ବେଳେ ତାହା କିନ୍ତୁ ସମ୍ପୂର୍ଣ୍ଣ ମିଥ୍ୟା । ଏହି ଘଟଣାରେ ସେ ସରକାରଙ୍କ ସହ ନାହାନ୍ତି ବୋଲି ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରି ସାରିଥିବା କହିଛନ୍ତି । ଅପରପକ୍ଷେ, ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା । ସେ କହିଥିଲେ, ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ପ୍ରକଳ୍ପର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଆମେ ଯାହା ନିର୍ମାଣ କରୁଛୁ, ପରିକ୍ରମା ଅଞ୍ଚଳର ତାହା ମାତ୍ର ୧% । ଟଏଲେଟ୍‌, ଇଲେକ୍ଟ୍ରି ରୁମ୍‌ ପାଇଁ ଅନୁମତି ମିଳିଛି । ଏନଏମଏ ଅନୁମତି ଦେଇଛି । ପୁରୀକୁ ଦୈନିକ ୬୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି । ସେମାନଙ୍କ ଲାଗି ଟଏଲେଟ ନିହାତି ଜରୁରୀ । ଟଏଲେଟ ପାଇଁ ଆମିକସକ୍ୟୁରୀ କହିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଲଢୁଛନ୍ତି । ଆସନ୍ତାକାଲି ରାୟ ଆସିବା ପରେ ସବୁ କଥା ଉପରୁ ପରଦା ଉଠିଯିବ ବୋଲି କହିଛନ୍ତି ପିନାକୀ ମିଶ୍ର ।

hiranchal ad1
Leave A Reply

Your email address will not be published.

5 × five =