ଆତ୍ମସର୍ମପଣ କଲେ ୫୦ ନକ୍‌ସଲ

0 20

ମାଲକାନଗିରି : ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ । ଆଜି ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪୮ ଜଣ ପୁରୁଷ ଅଛନ୍ତି । ନକ୍ସଲମାନେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି । ଡିଜିପି ଆଜି ପୂର୍ବାହ୍ନ ୧୦ଟା ୪୦ରେ ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅପରେସନ୍‌ ଆଇଜି ଅମିତାଭ ଠାକୁର ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ । ନକ୍ସଲ ଦମନ ନେଇ ବିଏସ୍‌ଏଫ୍‌ ଓ ପୁଲିସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଡିଜିପି । ଏହାପରେ ମାଥିଲି ଥାନାର ନୂତନ ବିଲ୍ଡିଂର ଉଦ୍‌ଘାଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − two =