ତାଲିବାନ ନେତାଙ୍କ ସହ ଭାରତର ପ୍ରଥମ ବୈଠକ

0 50

ନୂଆଦିଲ୍ଲୀ: ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ଭାରତ । ଗତବର୍ଷ ଅଗଷ୍ଟ ୧୫ରୁ ତାଲିବାନ ଆଫଗାନରେ ଶାସନ କରୁଥିଲେ ମଧ୍ୟ ଭାରତ ସରକାର ଏହାକୁ ବିଧିବଦ୍ଧ ମାନ୍ୟତା ଦେଇ ନାହାନ୍ତି । ହେଲେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଲିବାନର ବରିଷ୍ଠ ନେତାମାନଙ୍କ ସହ ନିକଟରେ ବୈଠକ କରିଛନ୍ତି । ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ପ୍ରଥମଥର ପାଇଁ ଏପରି ବୈଠକ କରିଛି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ୨୦ ବର୍ଷ ଧରି ଆମେରିକା ସହ ଲଢେଇ କରିବା ପରେ ଗତବର୍ଷ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲା । ଘମାଘୋଟ ଯୁଦ୍ଧ ଯୋଗୁ ଭାରତ ସରକାର ଦୂତାବାସ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ । ହେଲେ ଏବେ ଭାରତ ସରକାର ପୁଣିଥରେ ତାଲିବାନ ସହ ବୈଠକ କରି ନୂଆ ସମ୍ପର୍କ ସୃଷ୍ଟି କରିବାର ସଙ୍କେତ ଦେଇଛନ୍ତି । ଆଜି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଗତ ବର୍ଷ ଅଗଷ୍ଟ ୧୫ ପରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦେଖି ଭାରତୀୟ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଅଣା ଯାଇଥିଲା । କିନ୍ତୁ ସ୍ଥାନୀୟ ଅଧିକାରୀମାନେ ସେଠାରେ ଥିବା ଆମ ଅଫିସରେ କାମ କରିବା ସହ ଉପଯୁକ୍ତ ରକ୍ଷାଣବେକ୍ଷଣ କରିଥିଲେ । ଆଫଗାନିସ୍ତାନର ଲୋକଙ୍କ ସହ ଭାରତର ଐତିହାସିକ ସମ୍ପର୍କ ରହିଛି । ଏହି ଆଭିମୁଖ୍ୟ ନେଇ ଭାରତ ସବୁବେଳେ କାମ କରିଛି ଓ ଆଗକୁ ମଧ୍ୟ ଆଫଗାନ ପ୍ରତି ଭାରତର ଆଭିମୁଖ୍ୟ ବଦଳିବ ନାହିଁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 14 =