ପ୍ରସିଦ୍ଧ ସନ୍ତୁର ବାଦକ ଭଜନ ସୋପୋରୀଙ୍କ ପରଲୋକ

0 33

ମୁମ୍ବାଇ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରିଙ୍କ ପରଲୋକ ଘଟିଛି । ଜଣେ ସନ୍ତୁର ବାଦକ ସହ ସଂଗୀତ ନିର୍ଦ୍ଦେଶକ ଭାବେ ପଣ୍ଡିତ ଭଜନ ସୋପୋରି ବେଶ ଖ୍ୟାତି ଅର୍ଜନ କରିଥିଲେ । ୭୪ ବର୍ଷୀୟ ପଣ୍ଡିଜ ଭଜନ ଦୀର୍ଘଦିନ ହେଲା ଗୁରୁଗ୍ରାମ ସ୍ଥିତି ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସେଠାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୮ ମସିହାରେ ପଣ୍ଡିତ ଭଜନ ସୋପୋରି ଜମ୍ମୁ-କଶ୍ମୀରର ସୋପର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ସୁଫିଆନା ଘରନା ଉପରେ ତାଙ୍କ ବେଶ ଦକ୍ଷତା ଥିଲା । ୨୦୧୬ରେ ତାଙ୍କୁ ଜୀବନବ୍ୟାପି ସାଧନା ପାଇଁ ଜମ୍ମୁ-କଶ୍ମୀରର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ୨୦୦୪ରେ ପଦ୍ମଶ୍ରୀ ଓ ୧୯୯୨ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ମିଳିଛି । ଭାରତୀୟ ଶାସ୍ତ୍ରୀୟ ସଂଗୀତ ପ୍ରତି ଅବଦାନ ଯୋଗୁ ତାଙ୍କୁ ୨୦୧୧ରେ ଏମଏନ ମାଥୁର ସମ୍ମାନ ପ୍ରଦାନ କରାଯାଇଥିଲା । ପଣ୍ଡିଜ ଭଜନ ସୋପୋରିଙ୍କ ପୂର୍ବରୁ ତାଙ୍କ ପୂର୍ବଜମାନେ ମଧ୍ୟ ସନ୍ତୁର ବାଦକରେ ସିଦ୍ଧହସ୍ତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 2 =