କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ

0 59

ଭଦୋଦରା: ଗୁଜରାଟରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି । ଭଦୋଦରାରେ ଥିବା ଦୀପକ ନାଇଟ୍ରେଟ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି । ଏକାଧିକ ଅଗ୍ନିଶମ ଗାଡି ଓ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେମାନେ ନିଆଁକୁ ଆୟତ୍ତ କରିବା ସହ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାର ଆଶଙ୍କା ଥିବାରୁ ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି । ବିସ୍ଫୋରଣର କାରଣ ଜଣାପଡିନି । ଫ୍ୟାକ୍ଟ୍ରୀରେ ନିଆଁ ଲାଗିଥିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଛି । ସେହିପରି ନିଆଁ ହୁତୁହୁତୁ ହୋଇ ଜଳୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ପୁଲିସ୍‌ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଫ୍ୟାକ୍ଟ୍ରୀରେ ଫସି ରହିଥିବା ଆଶଙ୍କା କରାଯାଉଛି । ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟକରେ ୧୫ଟି ଦମକଳ ଗାଡି ଲାଗିଛି । ଆଜି ସନ୍ଧ୍ୟାରେ ପ୍ରଥମେ ଦୀପକ ନାଇଟ୍ରେଟ କମ୍ପାନୀର ବୟଲରରେ ବିସ୍ଫୋରଣ ହୋଇଥିଲା । ଏହା ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ।

hiranchal ad1
Leave A Reply

Your email address will not be published.

19 − 8 =