ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

0 270

ଦଶପଲ୍ଲା : ମହୁ ଭାଙ୍ଗିବା ପାଇଁ ଜଙ୍ଗଲକୁ ଯାଇଥିଲେ। ହେଲେ ମହୁମାଛିଙ୍କ ଆକ୍ରମଣରେ ଟଳି ପଡ଼ିଲେ ବୃଦ୍ଧ । ବାଣିଗୋଛା ଥାନା ଅଧୀନସ୍ଥ ଚଡ଼େୟାପଲ୍ଲୀ ପଞ୍ଚାୟତ ଓସାମସ୍କା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅନ୍ୟପକ୍ଷରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଭିନ୍ନ କଥା ମଧ୍ୟ ଚର୍ଚ୍ଚା ହୁଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଓସାମସ୍କା ଗ୍ରାମର ନିଧିଆ ଜାନୀ(୬୮) ଓ ପାଖଗ୍ରାମ ଜୁଲୁଙ୍ଗିର ବ୍ରାହ୍ମାଦି ମଲିକ(୬୫) ସାଙ୍ଗହୋଇ ଗତକାଲି ସନ୍ଧ୍ୟାରେ ମହୁ ଭାଙ୍ଗିବା ପାଇଁ ଜଙ୍ଗଲକୁ ଯାଇଥିଲେ । ରାସ୍ତାପାର୍ଶ୍ଵ ବାଜାଗାଡୁ ଗ୍ରାମ୍ୟ ଜଙ୍ଗଲରୁ ଏମାନେ ମହୁ ଭାଙ୍ଗିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ | ବ୍ରହ୍ମାଦି ଘଟଣାସ୍ଥଳରୁ ଖସି ଆସିଥିବା ବେଳେ ନିଧିଆ ସେଠାରେ ଟଳି ପଡ଼ିଥିଲେ । ବିଳମ୍ବ ହେବାରୁ ବହୁ ଖୋଜାଖୋଜି କରିବା ପରେ ଗଛ ମୂଳରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା| ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା | ପାରିପାର୍ଶ୍ବିକ ସ୍ଥିତି ଉପରେ ଅନୁଧ୍ୟାନ ପରେ ମହୁମାଛି ଆକ୍ରମଣରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଏପଟେ ମୃତ ନିଧିଆଙ୍କ ଝିଆରୀ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିବା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା କହିଛନ୍ତି| ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରି ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି।

hiranchal ad1
Leave A Reply

Your email address will not be published.

two × two =