ସୁବର୍ଣ୍ଣପୁର: ଆଜିଠାରୁ ସୋନପୁର ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ସମସ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଏକ୍ସ କ୍ୟାଡର, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ସ଼ହ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବା ଇତ୍ୟାଦି ବିଭିନ୍ନ ଦାବି ନେଇ ଆଜି ସୋନପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨ଦିନିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସଂପାଦକ ଦିଲ୍ଲୀପ କୁମାର ମିଶ୍ର, ସଭାପତି ଉମାକାନ୍ତ ମିଶ୍ର, ହରିହର ସା, ଉପ ସଭାପତି ବ୍ରତାନନ୍ଦ ଭୋଇଙ୍କ ସମେତ ଶତାଧିକ ପ୍ରାଥମିକ ଶିକ୍ଷକ ଯୋଗ ଦେଇଥିଲେ ।