ଦଶପଲ୍ଲାରେ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଆଜି

0 154

ଦଶପଲ୍ଲା :୨୨୧ ବର୍ଷଧରି ଅନୁଷ୍ଠିତ ହେଉଥିବା ଭାରତ ପ୍ରସିଦ୍ଧ ଐତିହାସିକ ମହାବୀର କ୍ଷେତ୍ର ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଆକର୍ଷଣ‘ ରାବଣ ବଧ ବା ରାବଣ ପୋଡି ପାରମ୍ପରିକ ରୀତି ନୀତି ଓ ପରମ୍ପରା ଅନୁଯାୟୀ ମଙ୍ଗଳ ରାତି – ବୁଧ ପାହାନ୍ତି ଆଧାରରେ ଆଜି ଅନୁଷ୍ଠିତ ହେବ । ଏଥିପାଇଁ ଯାତ୍ରା କମିଟି ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାବୀର କ୍ଷେତ୍ର, ଦଶପଲ୍ଲା ଏଥିପାଇଁ ଉଜ୍ୱଳ ଆଲୋକ ମାଳା ଓ ତୋରଣରେ ଝଲସୁଛି । ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଚଳନକ୍ଷମ କାଷ୍ଠ ନିର୍ମିତ ରାବଣ, ଘୁର୍ଣ୍ଣାୟମାନ ଓ ଚଳତ୍‌ କ୍ଷମ ପୁଷ୍ପକ ବିମାନ ସହିତ ସୁସଜ୍ଜିତ ଶୋଭାଯାତ୍ରା ଗାନ୍ଧୀ ମଇଦାନ ପର୍ଯ୍ୟନ୍ତ,ପାରଂପାରିକ ଯୁଦ୍ଧବାଦ୍ୟ ଘୁମୁରା, ଢୋଲ, ନିଶାଣ, ଚାଂଗୁ, ଚଟପଟି, ମାଦଳ, ନାଗରା, ବାଦ୍ୟର ତାଳେତାଳେ ଆସିବାର ସମସ୍ତ ସୁବ୍ୟବସ୍ଥା କରାଯାଇଛି । ଇତିମଧ୍ୟରେ ସ୍ଥାୟୀ-ଅସ୍ଥାୟୀ ଦୋକାନ ବଜାର ସାଙ୍ଗକୁ ମିନା ବଜାର, ଭଳିକି ଭଳି ଦୋଳି ଆଦି ବହୁବିଧ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ଉଠାଇବା ପାଇଁ ଦଶପଲ୍ଲାକୁ ବିଭିନ୍ନ ପ୍ରାନ୍ତରୁ ଦର୍ଶନଙ୍କ ସୁଅ ଛୁଟିଛି । ସନ୍ଧ୍ୟାରୁ ରାତି ତମାମ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ତରଫରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

thirteen − eleven =