ଦିବାଲୋକରେ ୮୦ ହଜାର ଟଙ୍କା ଲୁଟ୍‌

0 331

ଦଶପଲ୍ଲା : କିଛିଦିନର ନୀରବତା ପରେ ଗତକାଲି ଦଶପଲ୍ଲା ସହର ଉପକଣ୍ଠରୁ ଲୁଟ୍‌ ହୋଇଛି ୮୦ ହଜାର ଟଙ୍କା । ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ବାଇକ୍‌ରୁ ୮୦ ହଜାର ଟଙ୍କା ଝାମ୍ପିନେଇ କ୍ଷିପ୍ର ବେଗରେ ଦୁର୍ବୃତ୍ତମାନେ ଚାଲି ଯାଇଛନ୍ତି । ଯାହାକୁ ନେଇ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଦଶପଲ୍ଲା ଦୁର୍ଗାବଜାରର ଭାଗୀରଥି ମାକେର୍ଟ କଂପ୍ଲେକ୍ସ ନିକଟରେ ଘୋଳାହାଣ୍ଡି ଗୋବିନ୍ଦପୁର ପାଟଣା ଗ୍ରାମର ବ୍ୟବସାୟୀ କୃଷ୍ଣ ସାହୁ ଠିଆ ହୋଇଥିଲେ । ତାଙ୍କୁ କପିଳାଶ ପ୍ରଧାନ ବକେୟା ଟଙ୍କା ଦେବାକୁ ଅପେକ୍ଷା କରିଥିଲେ । ଏହି ସମୟରେ କପିଳାଶ ତାଙ୍କୁ ୮୦ ହଜାର ଟଙ୍କା ଦେଇଥିଲେ । ସେ ଟଙ୍କାକୁ ବାଇକ୍‌ରେ ରଖିବା ସମୟରେ ବାଇକ୍‌ ହ୍ୟାଣ୍ଡେଲରେ ମଇଳା ଲାଗିଥିଲା । ମଇଳା ପୋଛିବା ପାଇଁ କିଛି କାଗଜ ଗୋଟାଇବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁଇ ଜଣ ବ୍ୟକ୍ତି ଟଙ୍କାକୁ ଝାମ୍ପି ନେଇ ନୟାଗଡ଼ ଅଭିମୁଖେ ଚାଲିଯାଇଥିଲେ । ଏ ସମ୍ପର୍କରେ ସେ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ବିଭିନ୍ନ ସିସିଟିଭି ଯାଞ୍ଚ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine + five =