ସମ୍ବଲପୁର,୧୨/୯- ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ନେଇ ଏପର୍ଯ୍ୟନ୍ତ ଜିଲ୍ଲା ରେ ସମୁଦାୟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୮୪୬ ରେ ପହଞ୍ଚିଲା । ଗତ ୨୪ ଘଣ୍ଟା ମଧ୍ୟରେ ଏମାନଙ୍କ ମଧ୍ୟରୁ ୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ଏପର୍ଯ୍ୟନ୍ତ ମୃତକଙ୍କ ସ°ଖ୍ଯା ୭୦ରୁ ଊର୍ଦ୍ଧ୍ଵ ହେଲାଣି ବୋଲି ଏକ ସ୍ଥାନୀୟ ସୂତ୍ରରୁ ପ୍ରକାଶ, ଯଦିଓ ଏହି ବିଷୟରେ ପ୍ରଶାସନ କିଛି ସ୍ପଷ୍ଟ କରୁନାହିଁ । ଅନ୍ୟ ପଟେ ସ୍ଥାନୀୟ ବୁର୍ଲା ସ୍ଥିତ ବଡ ହସ୍ପିଟାଲ ଭିମସାର ରେ ଦିନକୁ ଦିନ ସ୍ଥିତି ବିଗଡିବାରେ ଲାଗିଛି, କାରଣ ସେଠାରେ ଏପର୍ଯ୍ୟନ୍ତ କରୋନା ସ°କ୍ରମିତଙ୍କ ସ°ଖ୍ଯା ୧୯୫ରେ ପହଞ୍ଚି ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୯ ଜଣ ସ°କ୍ରମିତ ହୋଇଛନ୍ତି, ଏଥିରେ ଜଣେ ବରିଷ୍ଠ ସହକାରୀ ପ୍ରୋଫେସର, ୪ଜଣ ପିଜି ଡାକ୍ତର, ୨ଜଣ ନର୍ସ ଓ ୨ଜଣ ଲ୍ଯାବ କର୍ମଚାରୀ ସାମିଲ । ସେପଟେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କ ଘୋଷଣା ଅନୁସାରେ ଏଠାରେ ଆଉ ଏକ କୋଭିଡ ହସ୍ପିଟାଲ ଖୋଲିବାକୁ ଯାଉଛି । ଏହି ନୂଆ କୋଭିଡ ହସ୍ପିଟାଲ ପାଇଁ ଭିମସାର ପରିସର ରେ ନବନିର୍ମିତ ୯ ତାଲା ଭବନ କୁ ଚୟନ କରା ଯାଇଛି ଓ ସେହି ଅନୁସାରେ କାର୍ଯ୍ଯାରମ୍ଭ ହୋଇଛି, ଯଦିଓ ଏହି ଭବନକୁ ଯିବା ଆସିବା କରିବା ପାଇଁ ସମସ୍ତ ମାର୍ଗ ସଙ୍କୀର୍ଣ୍ଣ ରହୁଛି ବୋଲି ମତ ପ୍ରକାଶ ପାଇଛି। ପୁଣି ସେଠାରେ ଶିଶୁ ସଘନ ଚିକିତ୍ସା କେନ୍ଦ୍ର (ଏସଏନସିୟୁ) ତଥା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଏହା ସହିତ ସ°ଲଗ୍ନ ରହିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଭିମସାର ପରିସର ଆଉ ଅଧିକ ସ°କ୍ରମିତ ହେବାର ଆଶଙ୍କା ରହିଛି ।
Sign in
Sign in
Recover your password.
A password will be e-mailed to you.
Next Post