ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍

0 1,478

hiring

ବୌଦ୍ଧ,୧୩/୯ – ଆଜି ରାତି ପ୍ରାୟ 2 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଲୁଣିବାହାଲ୍ ଗ୍ରାମ ପଂଚାୟତର ବଡ଼ବନ୍ଧ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପଟରୁ ଚାରିଛକ ଆଡକୁ ଯାଉଥିବା ଗୋଟିଏ କାର୍ ଓଡି 02 ପି 3099 ଯାଉଥିବା ବେଳେ ରାତି ପ୍ରାୟ 2 ଘଣ୍ଟା ସମୟରେ ଭାରସାମ୍ୟ ହରାଇ ବଡବନ୍ଧ ଗ୍ରାମ ନିକଟରେ ରାସ୍ତା ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି | ଗାଡ଼ିରେ ଥିବା 3 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଖବର ପାଇ ପୁରୁଣାକଟକ ଡାକ୍ତରଖାନାକୁ 108 ଆମ୍ବୁଲାନସ୍ ନେଇଥିଲା l କେହି ଗୁରୁତର ଆହତ ହୋଇ ନଥିବା ହେତୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା | ପୁରୁଣାକଟକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

five × 5 =