ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବବୃହତ ଜଗତମଙ୍ଗଳ ଜାଗର ଦୀପ

0 94

ପୁରୀ : ମହା ଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ ହୋଇଛି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତମଙ୍ଗଳ ଜାଗର ଦୀପ । ସନ୍ଧ୍ୟାରେ ଆରକ୍ଷୀ ଅଧିକ୍ଷକ ପିନାକ୍‌ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଲୋକନାଥଙ୍କ ଦୀପରେ ଏହି ଜଗତ ମଙ୍ଗଳ ଜାଗର ଦୀପକୁ ପ୍ରଜ୍ଜ୍ୱଳନ କରିଥିଲେ । ଏହି ଅବସରରେ ଦୀପର ଉଦ୍ୟୋକ୍ତା ରାମ କୃଷ୍ଣ ହୋତା ଅତିଥିଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅତିରିକ୍ତ ଏସପି ସୁଶିଲ ମିଶ୍ର, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୨ଫୁଟ ଗଭୀର ବିଶିଷ୍ଟ ଏହି ଅଷ୍ଟଧାତୁରେ ନିର୍ମିତ ଦ୍ୱୀପ ରେ ଏକାଥରେ ୩କୁଇଣ୍ଟାଲ ଘିଅ ଜଳାଯିବ । ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଅର୍ଥାତ୍‌ ୯ତାରିଖ ପ୍ରତ୍ୟୁଷ ପର୍ଯ୍ୟନ୍ତ ଏହି ଦ୍ୱୀପ ଜଳାଯିବ ।ପୂର୍ବରୁ ଏହି ଦ୍ୱୀପ ଟି ମାଟିରେ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ବର୍ଷ ପ୍ରାୟ ଅଢେ଼ଇ କୁଇଣ୍ଟାଲ ଅଷ୍ଟଧାତୁରେ ଏହା ନିର୍ମାଣ କରାଯାଇଛି । ପ୍ରାୟ ୧ମାସ ଧରି ବାଳକାଟିର ପ୍ରସିଦ୍ଧ କାରିଗର ଭାଗିରଥି ମହାରଣା ଏହି ଅଷ୍ଟଧାତୁର ବୃହତ୍‌ ଦୀପକୁ ପ୍ରସ୍ତୁତ କରିଛନ୍ତି । ବିଶ୍ୱ କଲ୍ୟାଣ ନିମନ୍ତେ ଏହି ମହାର୍ଘ୍ୟ ଦୀପ ପ୍ରଜ୍ଜ୍ୱଳନ କରାଯାଉଥିବା ଦୀପର ଉଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

2 + 10 =