କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

0 130

ନୂଆଗାଁ : ନୂଆଗାଁ ଥାନା ୫୭ତମ ଜାତୀୟ ରାଜପଥ ଗଦାଧରପୁର ନିକଟରେ କାର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ସୂଚନା ଥାଉକି ଏକ କାର ନଂ OD02AL3080 ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ସମୟରେ ଗଦାଧରପୁରଠାରେ ଛିଡା ହୋଇଥିବା ବାଇକଚାଳକ ବାଇଗେନିଆ ଗ୍ରାମର ଶରତ ମହାରଣାଙ୍କୁ ଧକ୍କା ଦେଇଥିଲା । ଯଦ୍ୱାରକି ବାଇକ ଚକ କିଛିଦୂର ଘୋଷାଡି ହୋଇ ପାଖରେ ଥିବା ଏକ ଖୁଣ୍ଟରେ ଧକ୍କା ହୋଇ ତଳେ ପଡିଯାଇଥିଲା । ଫଳରେ ବାଇକ ଚାଳକଙ୍କ ଉପରେ ଖୁଣ୍ଟଟି ପଡିଯାଇଥିଲା । ବାଇକ ଚାଳକର ଗୋଡରେ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ୧୦୮ ଆମ୍ବୁଲାନ୍ସ ଦ୍ୱାରା ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲ । ସେଠାରେ ଡାକ୍ତର ଶରତଙ୍କୁ ମୃତ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

20 + 19 =