ସରକାରୀ ଯାତ୍ରୀବାହୀ ବସ ଦୁର୍ଘଟଣା,୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ

0 250

ହରଭଙ୍ଗା :ଡିଭାଡର ଭାଙ୍ଗି ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ବସରେ ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଫୁଲବାଣୀରୁ ଏକ ସରକାରୀ ବସ ଅନୁଗୁଳ ଯାଉଥିବା ବେଳେ ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଗାଡିଟି ରାସ୍ତା ତଳକୁ ଓଲିଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କୁ ଉଭୟ ଫୁଲବାଣୀ ଓ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ସମସ୍ତ ଆହତଙ୍କୁ ଚାରିଛକ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଗାଡିଟିର ବ୍ରେକଫେଲ ଓ ନୂଆ ଡ୍ରାଇଭରଙ୍କ କାରଣ ରୁ ଏଭଳି ହୋଇଥିବା ଯାତ୍ରୀମାନେ କହିଛନ୍ତି ।ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 × 2 =