ବିଧାୟକ ମୋକିମଙ୍କୁ ଲାଗିଲା ବଡ଼ ଝଟକା

0 133

କଟକ : କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଝଟକା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଦେବାଶିଷ ସାମନ୍ତରାୟ ଅଭିଯୋଗ ଆଣିଥିଲେ ଯେ, ମହମ୍ମଦ ମୋକିମ ଅପରାଧିକ ମାମଲାରେ ସବିଶେଷ ତଥ୍ୟ ଦେଇନାହାନ୍ତି। ସୂଚନା ଅନୁସାରେ, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ୨୦୧୯ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ହେଲେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ନେଇ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଯାହାର ଶୁଣାଣି ଆଜି ଓଡ଼ିଶା ହାଇକୋର୍ଟ କରିଛନ୍ତି ।ସୂଚନାଥାଉ ଯେ, କିଛି ଦିନ ପୂର୍ବରୁ କଟକ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଯାଇଥିଲା । ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନଥିଲେ । ଦଳ ବିରୋଧୀ କାର୍ଯ୍ୟ ନେଇ ଉଭୟଙ୍କ ନାମରେ ଅଭିଯୋଗ ହୋଇଥିଲା । ଦଳର ପିସିସି ଶରତ ପଟ୍ଟନାୟକ ଏନେଇ ଅଭିଯୋଗ କରିଥିଲେ । ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

one × four =