ବିଦେଶୀ ନକଲି ମଦ ଜବତ ଘଟଣା, ମୁଖ୍ୟ କାର୍ପଟଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

0 116

ପାଟଣାଗଡ଼:ଗତକାଲି ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁରର ମିଳିତ ଚଢ଼ାଉ ରେ ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରାଯାଇଛି । ଏଥିରେ ପାଟଣାଗଡ଼ ଓ ଖପ୍ରାଖୋଲ ଦୁଇ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ମହା ଘୋଟାଲାରେ ମୁଖ୍ୟ କାର୍ପଟଦାରକୁ ଛାଡ଼ି “ଶୁଆ ଖାଇଲା ଧାନ ବଗ ମୁଣ୍ଡରେ ଫାସ’ ବୋଲିବା ନୀତିରେ ନିରୀହ କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ କେତେ ଦୂର ଯୁକ୍ତିଯୁକ୍ତ । ସବୁବେଳେ ଅବକାରୀ ବିଭାଗ ପ୍ରମୋସନ ପାଇବା ଆଶାରେ ନିରୀହ ମାନଙ୍କ ଉପରେ ଦାଉ ସାଧୁଛି । ବାହାର ରାଜ୍ୟରୁ ଆସି ଏଠାରେ ଏତେ ବଡ କାଣ୍ଡ ଘଟାଇବା ସମ୍ଭବ ନୁହେଁ । ଏଥିରେ ସ୍ଥାନୀୟ ବଡବଡିଆଙ୍କ ହାତ ନଥିଲେ କେହି ବି ସାହସ କରିପାରିବ ନାହିଁ ବୋଲି କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ବିଗତ ଦିନରେ ମଧ୍ୟ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦେଶୀ ମଦ ରନ୍ଧା ଜାଗାକୁ ରେଡ୍‌ କରି ରେଙ୍ଗାଲି ଗ୍ରାମର ନିରୀହ ଲୋକଙ୍କୁ ଆଣି ଅବକାରୀ ବିଭାଗ ଜେଲକୁ ପଠେଇ ଦେଇଥିଲା କିନ୍ତୁ ବଡ ବଡିଆ କାର୍ପଟଦାର ଘରେ ଆରାମରେ ଶୋଇଲେ । ଏହି ବିଦେଶୀ ନକଲି ମଦ ଜବତ ଘଟଣାରେ ଠିକ ଭାବରେ ତଦନ୍ତ କଲେ ଏଥିରେ ବଡ଼ବଡ଼ିଆ ମୁଣ୍ଡ ନିଶ୍ଚୟ ଧରାପଡିବେ । ଅବକାରୀ ବିଭାଗର ଇଚ୍ଛାଶକ୍ତି ଅଭାବ ଯୋଗୁଁ ପାଟଣାଗଡ଼ ଅଞ୍ଚଳରେ ଦୈନନ୍ଦିନ ନକଲି ମଦ, ଦେଶୀ ରନ୍ଧା ମଦ କାରବାର ବଢ଼ି ବଢ଼ି ଚାଲିଛି । ଏହି ମହା ଘୋଟାଲା ଫର୍ଦ୍ଦାଫାସ କରିବା ପାଇଁ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଅବକାରୀ ଅଧିକ୍ଷକ ବଲାଙ୍ଗୀରଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ପାଟଣାଗଡ଼ଙ୍କୁ ଓ ଉପ ଆରକ୍ଷୀ ଅଧିକାରୀ ପାଟଣାଗଡ଼ଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଉପ ଅବକାରୀ ବିଭାଗ ପାଟଣାଗଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

3 × 5 =