ଉପାନ୍ତ ଅଭିଶପ୍ତ ଆଦିବାସୀ ଗାଁ ‘ଜୁନିଆନ’

0 70

ସୁନ୍ଦରଗଡ : ସୁନ୍ଦରଗଡ ଜିଳ୍ଳାର ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଅଢୁୃଆଳରେ ରହିଯାଇଥିବା ବେଳେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ପଞ୍ଚାୟତ ବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ ତଥା ଉପାନ୍ତ ଅଞ୍ଚଳ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏହି ଅଞ୍ଚଳ ତଥା କଥିତ ସଭ୍ୟତା ଠାରୁ ଆଜି ବହୁ ପଛରେ ପଡିଯାଇଛି । ଏହି ଗାଁ ସତେ ଯେମିତି ଓଡ଼ିଶା ମାନଚିତ୍ରରେ ତାର ନାଁ ଗନ୍ଧ ନାହିଁ,ଏହି ଅଭିଶପ୍ତ ଜୀବନ ଜିଉଁ ଥିବା ଗାଁ ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲେ ଆମ ପ୍ରତିନିଧି ଆସନ୍ତୁ ଦେଖିବା ଏହି ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

hiring


ମୋଟ ୧୬ ଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ ଏହି ରାଜବାହାଲ ପଞ୍ଚାୟତର ଚର୍ତୁଦ୍ଦିଗ ଘନ ଜଙ୍ଗଲ ଏବଂ ଦୁର୍ଗମ ପାହାଡ ଘାଟୀ ରହିଥିବା ବେଳେ ଏହା ଛତିଶଗଡ ସୀମାନ୍ତରେ ଅବସ୍ଥିତ । ଏହି ପଞ୍ଚାୟତର ‘ଜୁନିଆନି’ ଏକ ରାଜସ୍ୱ ଗ୍ରାମ ହୋଇଥିବା ସ୍ଥଳେ ସ୍ଥାନୀୟ ଜନସଂଖ୍ୟା ମାତ୍ର ୧୦୦ ପାଖାପାଖି । ସେମାନେ ପ୍ରାୟ ଶତ ପ୍ରତିଶତ ଆଦିବାସୀ ହୋଇଥିବା ବେଳେ ପ୍ରାୟ ଅଧିକାଂଶ ଅଶିକ୍ଷିତ । ସେମାନଙ୍କ ଜୀବନ ଜୀବିକା ଅତ୍ୟନ୍ତ ନିମ୍ନ ଓ ଦୟନୀୟ । ଗାଁ ର ଗମନାଗମନ ବ୍ୟବସ୍ଥା ମଧ୍ୟ ଅତି ଦୁର୍ଗମ । ଶିକ୍ଷା,ସ୍ୱାସ୍ଥ୍ୟ,ଆଲୋକ, ବିଶୁଦ୍ଧ ପାନୀୟଜଳର ସୁବିଧା, କୃଷି, ମୋବାଇଲ ଟାୱାର ଏବଂ ଜଳସେଚନ ଏହିପରି ପ୍ରତ୍ୟେକ କ୍ଷେତ୍ରରେ ଏ ଅଞ୍ଚଳ ଅବହେଳିତ ରହିଛି । ଜଙ୍ଗଳଜାତ ଦ୍ରବ୍ୟ ଓ ଅଣଜଳସେଚିତ କୃଷି ଉପରେ ନିର୍ଭରକରି ଚଳନ୍ତି ଗ୍ରାମବାସୀ । ତେବେ ସେମାନଙ୍କ ଜୀବିକାର ମୁଖ୍ୟ ସ୍ରୋତ ଜମି ଟିକକ ମଧ୍ୟ କେତେକ ଜମି ମାଫିଆ ଲୁଟି ନେଇଥିବାରୁ ଗ୍ରାମବାସୀମାନେ ଏବେ ଘୋର ଚିନ୍ତାରେ । ଏହି ଗାଁ ରେ୨୦ରୁ ଉର୍ଦ୍ଧ୍ୱ କୁନି ପିଲା ଛୁଆ ଅଛନ୍ତି ହେଲେ ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ଟିଏ ନାହିଁ, ୫ କିମି ଦୂରରେ ବିଲେଇବାହାଲ ଯାହାକି ଦୁଇ କିମି ପାହାଡ ପଥୁରିଆ ରାସ୍ତା ଦେଇ ଚାଲି ଯିବା ଭୟରେ କେହି ଅଙ୍ଗନୱାଡ଼ି ନ ଯାଇ ଗାଁରେ ଖେଳିବୁଲି ସମୟ ନଷ୍ଟ କରୁଛନ୍ତି । ରାସ୍ତା ,ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳି,ପାନୀୟଜଳ ପରି ଅନେକ ସମସ୍ୟାରେ ଜର୍ଜରିତ ଏହି ଗ୍ରାମବାସୀ ଅନେକ ଥର ନେତା ମନ୍ତ୍ରୀଙ୍କ ଠାରୁ ଜିଲ୍ଲା ପ୍ରଶାସନ କୁ ଗୁହାରି ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇ ନ ଥିଲେ ।
ଅନ୍ୟପଟେ ଦେଖିବାକୁ ଗଲେ ଏହି ଅଧିବାସୀଙ୍କୁ ତାଙ୍କ ସରଳତାର ସୁଯୋଗ ନେଇ କେତେକ ଅସାଧୁ ଗୋଷ୍ଠୀ ଗ୍ରାମର ମୋଟ ଜମିରୁ ୪୩ ଏକର ଜମି ଦଲାଲଙ୍କ କବଜାରେ ଚାଲିଯାଇଥିବା ବେଳେ ସେମାନେ ଏହାର ପ୍ରତିବାଦରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ତହସିଲଦାର, ସାଂସଦ, ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ପାଇ ନ ଥିଲେ ।
ଏହିପରିସ୍ଥିତିରେ ଏହି ନିରୀହ ଆଦିବାସୀ ପ୍ରଥମତଃ ସରକାରଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଅନ୍ୟପଟେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଅନେକାଂଶ ଜମି ହାତେଇ ନେଇଥିବା ଯୋଗୁଁ ମାନସିକ ଚିନ୍ତାରେ କାଳ କାଟୁଥିବା ବେଳେ ସରକାରୀ ପଦକ୍ଷେପକୁ ଅପେକ୍ଷା କରି ଚାହିଁ ବସିଛନ୍ତି ।
ତେବେ ଉପାନ୍ତ ଅଞ୍ଚଳର ଏହି ଜୁନିଆନି ଗାଁ ଲୋକଙ୍କୁ ସରକାରୀ ମୌଳିକ ସୁବିଧା ଯୋଗାଇବା ସହଡ଼ିବସୀଙ୍କ ଜୀବନ ଜୀବିକା ସାଙ୍ଗକୁ ପ୍ରାକୃତିକ ପ୍ରଚୂର୍ଯ୍ୟର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ମାନେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
//
କୋସଲି ଡେରାର କୋସଲି ସଂସ୍କୃତି ଦିନ ପାଳିତ
ପାଟଣାଗଡ଼ : ଅଗ୍ରଣୀ କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ପକ୍ଷରୁ କୋସଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିବସ ଅବସରରେ କୋସଲି ସଂସ୍କୃତି ଦିନ ପାଳିତ ହୋଇଯାଇଛି । ବୈଠକ ପୂର୍ବରୁ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ମାରବାଡି ଧର୍ମଶାଳା ଠାରେ ପହଞ୍ଚି ଥିଲା । କୋସଲି ଡେରାର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭାସା କର୍ମୀ ସାକେତ ଶ୍ରୀ ଭୂଷଣ ସାହୁ, ଗବେଷକ ଫଣିନ୍ଦମ ସିଂ ଦେଓ, କବି ଅମୃତ ଲାଲ ସାହୁ ଯୋଗ ଦେଇ ଥିବା ବେଳେ ଝାରମଳି ବହି ଉପରେ ଆଲୋଚନା କରିଥିଲେ ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତ । ଏହି ଅବସରରେ ରାମଭକ୍ତ ଫରିକାରଙ୍କୁ ଇନ୍ଦ୍ରମଣି ସୁରତା ସମ୍ମାନ-୨୦୨୧ ପ୍ରଦାନ କରାଯାଇଥିଲା । ଏହା ସହିତ କବିଙ୍କ ଝାରମଳିର ଦ୍ୱିତୀୟ ସଂସ୍କରଣ , ସବିତା ଭୋଇଙ୍କ କୋସଲି ପତ୍ରିକା ପନତକାନି ଏବଂ ଛୋଟ ପତ୍ରିକା କଢେ଼ା ଉନ୍ମୋଚିତ ହୋଇଥିଲା । ଜିଲ୍ଲା ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନ କବିତା ଆସରରେ କବି ଟିକେଲାଲ ବେହେରା,କୃଷ୍ଣଚନ୍ଦ୍ର ଭୋଇ, ସମାଜସେବୀ ଶୁସିଲ କୁମାର ଗୁରୁ ଯୋଗ ଦେଇଥିଲେ । କବିତା ସଂଯୋଜନା କରିଥିଲେ ସଂଯୁକ୍ତା ପରିଚ୍ଛା । ଏହି କାର୍ଯ୍ୟକ୍ରମକୁ ପ୍ରହଲ୍ଲାଦ ସାହୁ,ସନ୍ତୋଷ କୁମାର ଦାସ,ଶାନ୍ତନୁ କୁମାର ବୁଦ୍ଧିଆ, ରାଜେଶ ଶର୍ମା, ବିକାଶ ମେହେର,ଶମ୍ଭୁ ପ୍ରସାଦ ଘିବେଲା, ରୀଙ୍କୁ ମେହେର,ଆଶୁତୋଷ ଠାକୁର,ଶଶିକାନ୍ତ ଧରୁଆ ତଥା କୋସଲି ଡେରାର ସମସ୍ତ ସଭ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।ଶେଷରେ କବି କ୍ଷୀରୋଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − eleven =