୧୬ ତମ ମା’ ଅକ୍ଷରଶିଳା କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

0 292

ଦେବଗଡ-ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ଗ୍ରାମପଂଚାୟତ ଅକ୍ଷରଶିଳା ଗ୍ରାମରେ ଅନୁଷ୍ଠିତ ଦ୍ୱିଦୀବସିୟ ୧୬ ତମ ମା’ ଅକ୍ଷରଶିଳା କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବାହାଡାପସି ଦଳକୁ ପରାସ୍ତ କରି କଲା ଦଳ ଚମ୍ପିୟାନ ହୋଇଥିବା ଜଣାପଡିଛି । କଲା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ନିର୍ଦ୍ଧାରିତ ୬ ଓଭରରେ ୭ ଉଇକେଟ ହରାଇ ୫୯ ରନ ସଂଗ୍ରହ କରିଥିଲା । ଜବାବରେ ୬୦ ରନର ବିଜୟ ଲକ୍ଷ୍ୟ ନେଇ ବାହାଡାପସି ଦଳ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୪୨ ରନ କରିବା ସହିତ ପରାଜିତ ହୋଇଥିଲା । ଅମ୍ପାୟାର ଭାବେ ଟୁର୍ଣ୍ଣାମେଂଟକୁ ଆଶିସ ସାହୁ, ରାକେଶ ସାହୁ, ସୁଜିତ ସାହୁ ଓ ଟିହାରଞ୍ଜନ ସାମଲ ପରିଚାଳନା କରିଥିଲେ । ଜୁଲୁ ସାହୁ ସ୍କୋରିଂ ଏବଂ ଜଗା ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।

hiring

ବଲଣ୍ଡା ସରପଂଚ ରଣଦୀପ ପ୍ରଧାନ ଗତକାଲି ଫିତାକାଟି ଟୁର୍ଣ୍ଣାମେଂଟର ଉଦଘାଟନ କରିଥିବା ବେଳେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଆୟୋଜକ ଅନୁଷ୍ଠାନର ସଭାପତି ସରୋଜ ସାହୁ ଏବଂ ସମ୍ପାଦକ ଝସକେତନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ହରମୋହନ ପାଣି ଏବଂ ସମ୍ମାନୀତ ଅତିଥି ଭାବେ ବିଜେପି ନେତା ନରହରି ପ୍ରଧାନ, ଶିକ୍ଷାବିତ ବଳଭଦ୍ର ସାହୁ ଏବଂ ଯୋଗେଶ୍ୱର ସାହୁ ମଂଚାସୀନ ରହି ବିଜେତା ଦଳକୁ ଟ୍ରଫି ସହିତ ୧୦ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହିତ ୮ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଂଟ ପରିଚାଳନାରେ ଆର୍ଯ୍ୟ ପ୍ରଧାନ, ଆଲୋକ ପ୍ରଧାନ ଏବଂ ଶିବା ସାହୁଙ୍କ ସମେତ ଆୟୋଜକ ଅନୁଷ୍ଠାନର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + nineteen =