ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ୍ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।
ଗତକାଲି ଟୁରିଷ୍ଟ ବସ୍ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା । ମାତ୍ର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଘାଟିରୁ ତଳକୁ ଖସି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ବସ୍ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଖବର ପାଇ ତୁରନ୍ତ ଭଞ୍ଜନଗର ଓ ଜି.ଉଦୟଗିରି ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତାହତ ଯାତ୍ରୀମାନେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବୋଲି ଜଣାପ଼ଡ଼ିଛି । ମୃତକ ଓ ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ବି ଜଣାଯାଇଛି।
ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ଦୁର୍ଘଟଣାର ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ମାଧ୍ୟମରେ ଦୁଃଖ ପ୍ରକାଶକରିଛନ୍ତି । ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ।