ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ

0 136

ପୁରୀ: ଜିଲ୍ଲାରେ ଆଜିଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି)ଆରମ୍ଭ ହୋଇଛି । ଏହା ତିନି ଦିନ ଧରି ଚାଲିବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ରାଜ୍ୟର ପୁରୀ ସମେତ ୧୨ଟି ଜିଲ୍ଲାରେ ଏଥିନିମନ୍ତେ ବିଭିନ୍ନ ବୟସସୀମାର ବ୍ୟକ୍ତି ବିଶେଷ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନମୁନା ସଂଗ୍ରହ କରାଯିବ । ଆଜି ପୁରୀ ପୌରସଂସ୍ଥାର ୮, ୨୦ ଓ ୨୯ ନମ୍ବର ୱାର୍ଡ, ଆସନ୍ତାକାଲି କୃଷ୍ଣପ୍ରସାଦର ସାତପଡା, ବ୍ରହ୍ମଗିରିର କପିଳେଶ୍ୱପୁର, ସତ୍ୟବାଦୀର ବଳପୁର ଓ ଗୋପର ଏରବଙ୍ଗ ଏବଂ ଆସନ୍ତା ୫ ତାରିଖରେ କାକଟପୁର ସୁହାନପୁର, ଡେଲାଙ୍ଗର ବେରବୋଇ ଏବଂ ନିମାପଡାର ବଡମାଛପୁର ପଞ୍ଚାୟତରେ ଏହି ସର୍ଭେ କରାଯିବ । ଏଥିନିମନ୍ତେ ବିଭିନ୍ନ ବୟସ ସୀମାରୁ ୪ ଶହ ଜଣ ଏବଂ ଶହେ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ନମୂନା ସଂଗ୍ରହ କରାଯିବ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଆରଏମଆରସି ପକ୍ଷରୁ ଡଃ ଦେବବ୍ରତ ଆଚାର୍ଯ୍ୟ, ଡଃ ଶ୍ରୀକାନ୍ତ କାନୁନଗୋ ଓ ଡଃ ହରିରାମ ଚୌଧୁରୀ ପ୍ରମୁଖ ସାମିଲ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଶା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ, ଏପିଏମ୍‌ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 2 =