କଲେଜ ଛାତ୍ରୀଙ୍କୁ ସହାୟତାର ହାତ ବଢାଇଲା “ଗରୀବ ସାଥି ଫାଉଣ୍ଡେସନ”

0 105

ଫୁଲବାଣୀ:ଆଗରୁ ମାଆ ଚାଲିଯାଇଥିଲେ ଆଉ ଦୁଇ ମାସ ପୁର୍ବରୁ ବାପା ଚାଲିଯିବା ଫଳରେ, ଜୀବନରେ କଳାବାଦଲ ମାଡି ଆସିବା ପୂର୍ବରୁ, ଜୀବନ ସହ ସଂଗ୍ରାମ କରୁକରୁ ଗଣମାଧ୍ୟମ ରେ ପ୍ରସାରିତ ଖବରକୁ ଦେଖ ô”ଗରୀବ ସାଥି ଫାଉଣ୍ଡେସନ’ର କର୍ମକର୍ତ୍ତା ପହଞ୍ଚି ଯାଇଛନ୍ତି ଏବଂ ସହଯୋଗର ହାତ ବଢାଇଛନ୍ତି କଲେଜ ପଢୁଆ ଛାତ୍ରୀଙ୍କୁ । ଫୁଲବାଣୀ ସ୍ଥିତ ହନୁମାନ ମନ୍ଦିର ସାହିର ମୁଣ୍ଡିଆ ସାହିରେ ରୁହନ୍ତି ଗୀତାଞ୍ଜଳି ଜୁନ୍ତୁ । ସେ ଏବେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ । ପୂର୍ବରୁ ମାଆ ଚାଲିଯାଇଥିଲେ ଆଉ ଏବେ କିଛିଦିନ ହେଲା ବାପା ଆରପାରିକୁ ଚାଲିଯିବା ଫଳରେ ବେସାହାରା ହୋଇପଡିଥିଲେ ଗୀତାଞ୍ଜଳୀ ଏହି ଖବର ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ହେବାପରେ ପରିସ୍ଥିତି ଅନୁଧ୍ୟାନ କରି ଯୁବତୀଙ୍କୁ ରାସନ୍‌ ସାମଗ୍ରୀ ସହ ଆର୍ଥିକ ସହାୟତା କରିଥିଲା “ଗରୀବ ସାଥି ଫାଉଣ୍ଡେସନ’ ଏବଂ ଆଗକୁ ଉକ୍ତ ଯୁବତୀଙ୍କୁ କିଛିନାକିଛି ସାହାଯ୍ୟ କରାଯିବ ବୋଲି କହିଛନ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଶ୍ୱିନୀ ନନ୍ଦ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସଂଯୋଜିକା ରେହେମା ଖାତୁନ୍‌, ଅନିତା ବେହେରା ଓ ଝୀନିମା ନାୟକ ପ୍ରମୁଖ ଯୋଗଦେଇ ଗୀତାଞ୍ଜଳିଙ୍କ ସୁବିଧା -ଅସୁବିଧା ପଚାରି ବୁଝିଥିଲେ ।

hiranchal ad1
Leave A Reply

Your email address will not be published.

11 − 8 =