୧୯ ମାସର କୋମଳ ଶିଶୁର ଚିକିତ୍ସା ନିମନ୍ତେ ଏବିଭିପି ପକ୍ଷରୁ ୧୦ଦିନିଆ ଅର୍ଥ ସଂଗ୍ରହ ଅଭିଯାନ

0 209

ଫୁଲବାଣୀ: ସମଗ୍ର ଜିଲ୍ଲାରେ ଏବିଭିପି କନ୍ଧମାଳ ଘରେ ଘରେ ପରଚିତ । ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ନେଇ ପ୍ରଶାସନକୁ ଅବଗତ କରାଇବା ସହିତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାକୁ ପ୍ରଧାନ୍ୟ ଦେବା, ବନ୍ୟା ବିପତ୍ତି ଏପରିକି କରୋନା ମହାମାରୀ ସମୟରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କ ବାସଗୃହକୁ ଯାଇ ସାନିଟାଇଜ କରିବା, ଲକଡାଉନ, ସଟଡାଉନ ସମୟରେ ଖାଦ୍ୟ ବିତରଣ କରିବା ସହିତ ମାଗଣା ମାସ୍କ, ସାନିଟାଇଜର ବଣ୍ଟନ କରିବା ଏପରି ଅନେକ ମହତ କାର୍ଯ୍ୟ କରି ଆସିଛି ।

hiring

ଏବେ ମଧ୍ୟ କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମର ଦୂରା ରୋଗରେ ଆକ୍ରାନ୍ତ ହେଇଥିବା ୧୯ ମାସର କୋମଳ ଶିଶୁ ରାଜବୀରର ଚିକିତ୍ସା ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ଜ଼ିଲ୍ଲା ଟିକାବାଲି ନଗର ଶଙ୍କରାଖୋଲ ଶାଖା ତରଫରୁ ଦଶ ଦିନିଆଁ ଅର୍ଥ ସଂଗ୍ରହ ଅଭିଯାନ ଆଜି ସମାପ୍ତ ହେଇଅଛି । ସଂଗ୍ରହ ହେଇଥିବା ଅର୍ଥ ରାଜବୀରର ପିତାଙ୍କ ଆକାଉଣ୍ଟ ନମ୍ବରରେ ଉକ୍ତ ଅର୍ଥକୁ ଜମା କରି ଦିଆଯାଇଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏବିଭିପି ପରିବାର କୋମଳମତି ଶିଶୁ ରାଜବୀରର ସୁସ୍ଥଜୀବନ ପ୍ରାର୍ଥନା କରୁଛି ।

hiranchal ad1
Leave A Reply

Your email address will not be published.

3 × four =