ରାଜ୍ୟ ସରକାରୀ କର୍ମଚାରୀଙ୍କ ଆରଡିସି ଅଫିସ ଅଭିଯାନ

0 119

ସମ୍ବଲପୁର:ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବିଭିନ୍ନ ବିଳମ୍ବିତ ଦାବିକୁ ନେଇ ଆଜି ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) କାର୍ଯ୍ୟାଳୟ ଅଭିମୁଖେ ଅଭିଯାନ ପାଇଁ ଆହ୍ୱାନ କରାଯାଇଛି । ଆଜି ପୂର୍ବାହ୍ନ ସମୟରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଏକତ୍ରିତ ହୋଇ ତାଙ୍କର ଦାବି ପ୍ରସଙ୍ଗ ଉଠାଇଥିଲେ । ଏସବୁ ଦାବି ବିଷୟରେ ସେମାନଙ୍କ କହିବା ଅନୁସାରେ ପୂର୍ବରୁ ଲମ୍ବିତ ରହି ଆସୁଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ସେମାନଙ୍କୁ ତିନି କିସ୍ତି ରେ ବର୍ତ୍ତମାନ ପ୍ରଦାନ କରାଯାଉ । ସଂଶୋଧିତ ଘର ଭଡ଼ା ଭତ୍ତା ୧ ନଭେମ୍ବର ୨୦୧୬ଠାରୁ ଗଣନା କରି ଦିଆଯାଉ । ବର୍ଦ୍ଧିତ ଦରମା ହାରର ଗଚ୍ଛିତ ଧନରାଶିର ୫୦ ପ୍ରତିଶତ ବର୍ତ୍ତମାନ ପ୍ରଦାନ କରାଯାଉ । ଚୁକ୍ତି ଭିତ୍ତିକ ନିଯୁକ୍ତି ଓ ଅନ୍ୟ ସଂସ୍ଥା ଜରିଆରେ ନିଯୁକ୍ତି ସବୁକୁ ଖାଲି ପଡିଥିବା ସ୍ଥାନରେ ଯଥାଶୀଘ୍ର ନିୟମିତ ଭାବେ ନିଯୁକ୍ତି କରାଯାଉ ।

hiranchal ad1
Leave A Reply

Your email address will not be published.

three × three =