କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ବିଶାଳ ଗଣଦୌଡ

0 52

କୋଣାର୍କ : କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ଅଗ୍ରଣୀ ସାମାଜିକ ସଂଗଠନ ବସନ୍ତ ମଂଜରୀ ପାଠାଗାର ଆନୁକୂଲ୍ୟରେ ଏକ ବିଶାଳ ଗଣଦୌଡ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଯୁବକ ଯୁବତୀମାନଙ୍କୁ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ ସଫଳତା ହାସଲ କରିବା ପାଇଁ ଆଯୋଜିତ ଏହି ଗଣଦୌଡ କାର୍ଯ୍ୟକ୍ରମ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ଶୁଭାରମ୍ଭ ହୋଇ ଚନ୍ଦ୍ରଭାଗା ଠାରେ ଶେଷ ହୋଇଛି । ସଂଗଠନର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏହି ଗଣଦୌଡ କାର୍ଯ୍ୟକ୍ରମରେ ଅତିଥି ଭାବରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଗୋପ ତହସିଲଦାର ଏସକେ ସାଗିର, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା, ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ, ସାମାଜିକ କର୍ମୀ ରଶ୍ମିରଞ୍ଜନ ବିଶ୍ୱାଳ, ସୋଲାର ସଂପାଦକ ହରିଶ୍ଚନ୍ଦ୍ର ଦାଶ, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବିନ୍ଦ୍ର ନାଥ ବାହିନୀପତି ଓ ସମାଜସେବୀ ପଦ୍ମ ଚରଣ ବେଉରା ପ୍ରମୁଖ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଗଣଦୌଡ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକଠାରୁ ଆରମ୍ଭ ହୋଇ ଦୀର୍ଘ ୩କିମି ପର୍ଯ୍ୟନ୍ତ ଚନ୍ଦ୍ରଭାଗାଠାରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଚନ୍ଦ୍ରଭାଗା ଠାରେ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ୱ ଏଡସ ଦିବସ ପାଳନ ଅବସରରେ ଯୁବଗୋଷ୍ଠୀମାନଙ୍କୁ ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବସନ୍ତ ମଂଜରୀ ପାଠାଗାରର ସଂପାଦକ ରାମକୃଷ୍ଣ ମହାନ୍ତି ଓ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।ଏହି ପରିପ୍ରେକ୍ଷୀରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twenty + 7 =