“ଆଜିର ସମୟରେବି ନାରୀ ଅସୁରକ୍ଷିତ,ସାମାଜିକ ସଚେତନତା ନିତାନ୍ତ ଜରୁରୀ’

0 62

ପାରଳାଖେମୁଣ୍ଡି :ଅଗ୍ରଣୀ ମହିଳା ଅନୁଷ୍ଠାନ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ଥାନୀୟ ୟୁ ଟେକ୍‌ କ୍ୟୁମ୍ପଟର ଇନଷ୍ଟିଚ୍ୟୁଟ ଠାରେ ଆଲୋଚନା ଏବଂ ମହାବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଲୋକନାଥ ମିଶ୍ରଙ୍କ ସଂଯୋଜନାରେ ସ୍ୱାଗତ ସମ୍ଭାଷଣ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ,ମୁଖ୍ୟ ବକ୍ତା ଭାବେ କଳ୍ପନା ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ, ଅନୁଶ୍ରୀ ପଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ବିଚାରକ ଭାବେ ଭାଗବତ ପାଢ଼ୀ, ଦେବଦତ୍ତ ବେବର୍ତ୍ତା,ଯୋଗଦାନ କରିଥିଲେ । ଜନସ୍ୱାସ୍ଥ୍ୟ ଅଧିକାରୀ ମମତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ନାରୀ ସୁସ୍ଥ ସମାଜ ସମ୍ପର୍କରେ କହିଥିଲେ । ସମ୍ପାଦିକା ତନୁଜା ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ,ସଭାପତିତ୍ୱ କରିଥିଲେ ମାନସୀ ପଣ୍ଡା ଏବଂ ସତ୍ୟ କାର୍ଯୀ, ଶାଶ୍ୱତୀ ବେବର୍ତ୍ତା ନନ୍ଦିନୀ ଲିମା, ନେତ୍ରାନନ୍ଦ ଶତପଥୀ ପ୍ରଭୃତି ସହଯୋଗ କରିଥିଲେ । ଶେଷରେ ମମତା ପାଢ଼ୀ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × two =