ପୁରୀ : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗାରୁଜା ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି । ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଫୁଟେଜ ମିଳିଛି । ସେ କିଏ ତାଙ୍କୁ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଉକ୍ତ ବ୍ୟକ୍ତି ମଧ୍ୟ ମନ୍ଦିର ଭିତରେ ଥିବା ଜେଟିପି କର୍ମଚାରୀଙ୍କ ସହ କଥା ହେଉଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ୪ ଜଣ ଜେଟିପିଙ୍କୁ ପଚରା ଉଚରା ଚାଲିଛି । ସେହିପରି ଉକ୍ତ ବ୍ୟକ୍ତିଙ୍କ ପରିଚୟ ପାଇଁ ସେବାୟତଙ୍କ ସହଯୋଗ ମଧ୍ୟ ନିଆଯାଉଛି । ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ସାହିରେ ପୋଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ପୁରୀ ଏସପି କହିଛନ୍ତି ।