ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦଶଦଫା ଦାବିପତ୍ର ପ୍ରଦାନ

0 127

ବୌଦ୍ଧ, ୭/୭ (ହୀ.ପ୍ର): ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଓ ସଭାପତି ବଟକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୌଦ୍ଧ ତହସିଲ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦଶ ଦଫା ସମ୍ବଳିତ ଦାବି ପତ୍ର ତହସିଲଦାର ଦେବୀ ପ୍ରସାଦ ଦାଶଙ୍କୁ ପ୍ରଦାନ କରାଯାଇଥିଲା । ବୌଦ୍ଧ ବ୍ଲକ୍‌ର ସମସ୍ତ ଭୂମି ହୀନଙ୍କୁ ଦୁଇ ଏକର ଚାଷ ଜମି, ଡିହ ହୀନଙ୍କୁ ଦଶ ଡି.ମି ଡିହ ଓ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଶହ ଶହ ଦଳିତ ପରିବାର ଉପରୋକ୍ତ ସୁବିଧା ସୁଯୋଗ ଏବଂ ପ୍ରାପ୍ୟରୁ ବଞ୍ଚିତ ରହିଛନ୍ତି । ହଜାର୍‌ ହଜାର ହେକ୍ଟର ଜମି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ଜବର ଦଖଲ ରହିଥିବା ବେଳେ ଜିଲ୍ଲାର ଶହ ଶହ ପରିବାର ଭୂମି ହୀନ ଓ ଡିହ ହୀନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ଜବର ଦଖଲ କରିଥିବା ବେଆଇନ୍‌ ସରକାରୀ ଜମିରୁ ଜବର ଦଖଲ କାରୀଙ୍କୁ ଉଚ୍ଛେଦ କରିବା ସହ ଭୂମି ହୀନ ଦଳିତ ପରିବାରକୁ ଦୁଇ ଏକର ଲେଖାଏଁ ଚାଷ ଜମି ଏବଂ ଡିହ ହୀନଙ୍କୁ ଦଶ ଡିସିମିଲ ଲେଖାଏଁ ଘରବାରୀ ପଟ୍ଟା ଯୋଗାଇ ଦେବାକୁ ଡାବୀ କରାଯାଇଛି । ସେହିପରି ଜିଲ୍ଲାର ଶତାଧିକ ଦଳିତ ବସ୍ତିକୁ ସରକାରୀ ରାସ୍ତା ନ ଥିବାରୁ ଲୋକଙ୍କ ଡିହ ଏବଂ ହୁଡ଼ା ଦେଇ ଯିବା ଆସିବା କରୁଛନ୍ତି । ଶତାଧିକ ବସ୍ତିରେ ନଳକୂଅ ନଥିବା ଯୋଗୁଁ ପିଇବା ପାଣିର ଘୋର ସମସ୍ୟା ଦେଖା ଦେଇଛି । ବୌଦ୍ଧ ବ୍ଲକର ସମସ୍ତ ଗଣ୍ଡା ସାହିକୁ କମ୍ୟୁନିଟି ସେଣ୍ଟର, ନଳକୂଅ, କଂକ୍ରିଟ ରାସ୍ତା ଏବଂ ଜିଲ୍ଲାର ପ୍ରତି ବ୍ଲକରେ ଅତି କମରେ ତିନୋଟି ଅନୁସୂଚିତ ଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ଓ ଦୁଇଟି ମହା ବିଦ୍ୟାଳୟ ଆଦି ଦଶ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ, ବସନ୍ତକୁମାର ଖୁରା,ରୋହିତ କହଁର, ସହକାରୀ ସାଧାରଣ ସମ୍ପାଦକ କଂହେଇଁ ବାଦୀ, ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ, ସଂଗଠନ ସମ୍ପାଦକ ଦେବଦତ୍ତ ସାଗର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସମାଜସେବୀ ସେବତୀ ବେହେରା, ସଂଜିତକୁମାର ଜେନା, ମଥୁରା ପଞ୍ଚାୟତର ସରପଞ୍ଚ ପ୍ରଦୀପକୁମାର କହଁର, ପୂର୍ବତନ ସଙ୍କୁଲୋଇ ପଂଚାୟତର ସରପଞ୍ଚ ସନ୍ତୋଷକୁମାର ବେହେରା, କ୍ଷେତ୍ର ମୋହନ ମହାନନ୍ଦ, ମହାଦେବ କଲତା, କଳିଙ୍ଗ ତାଣ୍ଡିଆ, ରାଜେନ୍ଦ୍ର ବାଘ, ପ୍ରମୋଦ ସାହାଣୀ, ସଂଜିତ ଜେନା, ପ୍ରଜାପତି ଭବସାଗର, ରବୀନ୍ଦ୍ର ନାଗ, ସୁରେଶ୍‌ ମହାନନ୍ଦ, ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ବିଚିତ୍ର କହଁର, ଧରଣୀଧର ବିଭାର, ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅନାଦି ବାଦି, ଶମ୍ଭୁନାଥ ମହାନନ୍ଦିଆ, ଜୟରାମ ହରିପାଲ, ଭୀମସେନ କହଁର, ହରେନ୍ଦ୍ର ତରିଆ, ଅନୀଲ ତନ୍ତୀ, ବହିରା ସମିତି ସଭ୍ୟ ପୁଷ୍ପାଞ୍ଜଳି ବାଦି, ନାରୀ ନେତ୍ରୀ ନନ୍ଦିନୀ ନାଏକ ପ୍ରମୁଖଙ୍କ ସହିତ ୨୩ଟି ପଂଚାୟତ କମିଟିର ସହସ୍ରାଧିକ କର୍ମକର୍ତ୍ତା ଓ ସମାଜସେବୀ ଘେରାଉ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =