ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

0 51

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକର ଆଦେଶ କ୍ରମେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ବିଦ୍ୟାନିକେତନ ମହାବିଦ୍ୟାଳୟ, ନବରଙ୍ଗପୁର ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ବିଦ୍ୟାନିକେତନ ମହାବିଦ୍ୟାଳୟ, ନବରଙ୍ଗପୁର ୫୦ଟି ଫଳ ଜାତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାର ବିଭାଗିୟ ଅଧିକାରୀ, ଆଇନଜୀବି, ଶିଶୁ ସୁରକ୍ଷା ଅଧିକାରୀ, ପାରାଲିଗାଲ ସ୍ୱେଚ୍ଛସେବୀ ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସଂଜୀବ ଦୁବେ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରିଥିଲେ । ଅନ୍ୟାନ୍ୟ ଅତିଥି ରୂପେ ଡକ୍ଟର ମୁନ ରାନୀ ମିଶ୍ର, ପରିବାର ବିଚାର ବିଭାଗୀୟ ଜଜ ଅପର୍ଣ୍ଣା ମହାପାତ୍ର, ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ସୁରେଶ ପଟ୍ଟନାୟକ, ଜିଲ୍ଲା ଶିଶୁଶୁରକ୍ଷା ଅଧିକାରୀ ଆଇନଜୀବି ସଂଘର ଆଇନଜୀବି ଉମା ଶଙ୍କର ତ୍ରିପାଠୀ, ଅଶୋକକୁମାର ମହାପାତ୍ର, ଅଧ୍ୟକ୍ଷ, ବିଦ୍ୟାନିକେତନ ମହାବିଦ୍ୟାଳୟ କତୃପକ୍ଷ ଓ କର୍ମକର୍ତ୍ତା, ପାରାଲିଗାଲ ସ୍ୱେଚ୍ଛାସେବୀ ପ୍ରମୁଖ ଯୋଗ ଦେଇଥିଲେ ଓ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ମାନୀୟ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସଂଜୀବ ଦୁବେ, ବିଚାର ବିଭାଗୀୟ ଜଜ ଡକ୍ଟର ମୁନ ରାନୀ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟ୍ରାର ଜିଲ୍ଲା କୋର୍ଟ ଅପର୍ଣ୍ଣା ମହାପାତ୍ର, ଜିଲ୍ଲା ଶିଶୁଶୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଓ ଆଇନଜୀବି ସଂଘର ଆଇନଜୀବି ଉମା ଶଙ୍କର ତ୍ରିପାଠୀ, ରାଜ କିଶୋର ନାଗ ଓ ମିନାକ୍ଷୀ ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଅପର୍ଣ୍ଣା ମହାପାତ୍ର ସଭା ଆରମ୍ଭ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ମୁଖ୍ୟ ଅତିଥି ସମ୍ମାନୀୟ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଜୀବ ଦୁବେ, ପରିବାର ବିଚାରବିଭାଗୀୟ ଜଜ ଡକ୍ଟର ମୁନ ରାନୀ ମିଶ୍ର ଓ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ପୋକସୋ ଆଇନ, ବାଧ୍ୟତାମୂଳକ ଶିକ୍ଷା ଅଧିକାର ଓ କିଶୋର ପରିଷଦ ଆଇନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରଯାଇଥିଲା ।

hiranchal ad1
Leave A Reply

Your email address will not be published.

one × 2 =