ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ପାଇଁ ପ୍ରସ୍ତୁତି ବୈଠକ

0 90

ସୁବର୍ଣ୍ଣପୁର : ଆସନ୍ତା ୧୯ ଏପ୍ରିଲ ମଙ୍ଗଳବାର ଦିନ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଲଚ୍ଛିପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସୋନପୁର ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସୋନପୁର ବିଡିଓ ସୌମ୍ୟ ରଂଜନ ସ୍ୱାଇଁ, ନାଇକେନପାଲି ସିଏଚସି ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ମଧୁସୁଦନ ଓତା, ସିଡିପିଓ ନିବେଦିତା ସରାଫ, ବ୍ଲକ ଶିକ୍ଷାଧିକାରୀ ଶାନ୍ତ୍ୱନୁ ଆଚାର୍ଯ୍ୟ, ସମାଜ କଲ୍ୟାଣ ସଂପ୍ରସାରଣ ଅଧିକାରୀ ଉତ୍ତମ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟମେଳାକୁ ସଫଳ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ବିପିଏମ ଅଶୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ ।

hiranchal ad1
Leave A Reply

Your email address will not be published.

fifteen + 7 =