ଗାଁ ସାଥୀ ସାଜି ନାଏବ ସରପଞ୍ଚ ହଡପ କଲେ ଶ୍ରମିକଙ୍କ ମଜୁରୀ! ଅଭିଯୋଗର ୯ମାସ ପରେ ଫଳ ଶୂନ, ତଦନ୍ତ ହେବ କେବେ ?

0 182

ଦାରିଙ୍ଗବାଡି: ଦିନ କୁ ଦିନ ଶ୍ରମିକ ମାନଙ୍କ ଉପରେ ଜୁଲମ ବଢୁଥିବା ବେଳେ ସେମାନଙ୍କୁ ମିଳୁନି ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଅଭିଯୋଗ କରିବାର ୯ମାସ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ମିଳିନି ନ୍ୟାୟ । ଶ୍ରମିକଙ୍କୁ ମିଳୁଛି କେବଳ ଖାଲି ତାରିଖ ଉପରେ ତାରିଖ । ଏପରିକି ଶ୍ରମିକଙ୍କୁ ନ୍ୟାୟ ଦେବା ବଦଳରେ ଶ୍ରମ ଅଧିକାରୀ ଶ୍ରମିକମାନଙ୍କୁ ଖର୍ଚ୍ଚାନ୍ତ କରାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ସଲାବାଡି ଗ୍ରାମରୁ । ଏହି ଗ୍ରାମର ଦାରାବଣ୍ଡାଠାରୁ ଆଡିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ଗତ ୨୦୨୦ ମସିହାରେ ରାସ୍ତା କାମ ହୋଇଥିଲା । ଏହି କାମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଲୋକ କାମ କରିଥିବା ବେଳେ କିଛି କିଛି ମଜୁରୀ ଟଙ୍କା ମିଳିଥିବା ବେଳେ ୧ ଲକ୍ଷରୁ ଉଦ୍ଧ୍ୱର୍ ମଜୁରୀ ଟଙ୍କା ଶ୍ରମିକମାନେ ପାଇବେ । ଶ୍ରମିକମାନଙ୍କୁ ସଠିକ ସମୟରେ ମଜୁରୀ ଟଙ୍କା ମିଳିବା କହି ଗାଁ ସାଥି (ଜି.ଏସ)ତଥା ସିମନବାଡି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଲୋକଙ୍କୁ କାମ କରାଇଥିଲେ । ଏହି କାମ ବାବଦକୁ ସମସ୍ତ ଟଙ୍କା ବିଲ ମଧ୍ୟ ହୋଇଥିଲା । କିନ୍ତୁ ବିଲ ହୋଇଥିବା ପରେ ମଧ୍ୟ ଆସିଥିବା ଟଙ୍କାକୁ ସେ ଶ୍ରମିକମାନଙ୍କୁ ନଦେଇ ଗାଁ ସାଥି ମୋହନ ପ୍ରଧାନ ଆତ୍ମସାତ କରିଦେଇଥିବା ନେଇ ଶ୍ରମିକମାନେ ପ୍ରଥମେ ବ୍ଲକ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ । ବ୍ଲକ କାର୍ଯ୍ୟଳୟରେ ନ୍ୟାୟ ନପାଇବାରୁ ଶେଷରେ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟଳୟରେ ଗତ ୨୦୨୦ନଭେମ୍ବର ମାସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ମୋହନ ପ୍ରଧାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଥର ନୋଟିସ ଜାରି ହେବା ସହ ଗତ ୩ ତାରିଖରେ ବିନା ନୋଟିସରେ ଉଭୟ ପକ୍ଷକୁ ଡକାଇଥିଲେ । ହେଲେ ଅଭିଯୋଗ ହେବାର ୯ ମାସ ବିତିଯାଇଥିଲେ ସୁଦ୍ଧା ତଦନ୍ତ ଆଳରେ ନିରୀହ ଶ୍ରମିକମାନଙ୍କୁ ଶ୍ରମ କାର୍ଯ୍ୟାଳୟରୁ ଦାୟିତ୍ୱରେ ଥିବା ଅଧିକାରୀ ୪ ଥର ଡକାଇ ୨୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚନ୍ତ କରାଇ ସାରିଲେଣି । ନିରୀହ ଗରିବ ଶ୍ରମିକମାନେ ନିଜର ପାରିଶ୍ରମିକ ଟଙ୍କା ପାଇବା ବଦଳରେ ନିଜ ଘରର ସାମାନ ବିକ୍ରି କରି ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିବା ଶ୍ରମିକ ସୁକେନ୍ଦ୍ର ଦିଗାଲ, ପ୍ରଶ୍ନ ପ୍ରଧାନ, ପ୍ରଶାନ୍ତ ଦିଗାଲ, ଜୁନସ ଦିଗାଲ, ସୁରେଶ ଦିଗାଲ, ରମାକାନ୍ତ ଦିଗାଲ, ଜ୍ୟୋତିରାଜ ଦିଗାଲ, ପାଦିରା ଦିଗାଲ, ବିପିନ ପ୍ରଧାନ, ପେରିତ ଦିଗାଲ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଭଳିକି ଅଭିଯୋଗ ହେବାର ୯ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ମଧ୍ୟ ଆରମ୍ଭ ହୋଇନଥିବା ସହ ଘଟଣା ସ୍ଥଳକୁ ଏପର୍ଯ୍ୟନ୍ତ ଶ୍ରମ ଅଧିକାରୀ ଆସିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ମୋହନ ପ୍ରଧାନ ଜଣେ ନାଏବ ସରପଞ୍ଚ ହୋଇଥିଲେ ସୁଦ୍ଧା ସେ କିପରି ଗାଁ ସାଥି ହୋଇ ଲୋକଙ୍କ କାମ କରାଇ ଥିବା ବିଲ ଟଙ୍କାକୁ ହଡପ କଲେ ତାହା ଏବେ ତଦନ୍ତ ସାପେକ୍ଷ ହୋଇଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକାଧିକ ଥର ଫୋନ ଯୋଗେ ଯୋଗଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ ଗାଁ ସାଥି ତଥା ନାଏବ ସରପଞ୍ଚ ମୋହନ ପ୍ରଧାନଙ୍କୁ ଉକ୍ତ ବିଷୟରେ ପଚାରିବାରୁ ସେ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − two =