ବିଶ୍ୱ ଏଡସ ଦିବସ ପାଳିତ

0 64

ସୁବର୍ଣ୍ଣପୁର : ମଙ୍ଗଳବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟ ସାଧନା କେନ୍ଦ୍ର ଖରଜୁରା ଅନ୍ତର୍ଗତ ମହଲେ ଗ୍ରାମଠାରେ ବିଶ୍ୱ ଏଡ଼ସ ଦିବସ ପାଳନ ହୋଇଯାଇଛି । ଏଥିରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ସଂଗୀତା ଚୌଧୁରୀ, ଅଶୋକ କୁମାର ମିଶ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ନାଇକେନପାଲି, ଶ୍ରୀମତୀ କଲ୍ୟାଣୀ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ଥାନୀୟ ଆଶା କର୍ମୀ ଏବଂ ଅଙ୍ଗନବାଡି ଦିଦି ଉପସ୍ଥିତ ଥିଲେ । ଡା. ଚୌଧୁରୀ ଏଡ଼ସ ରୋଗର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶ୍ରୀ ମିଶ୍ର ସଭା ପରିଚାଳନା କରି ଥିବାବେଳେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 + 12 =