୩୭ ଲକ୍ଷ ଏ ପର୍ଯ୍ୟନ୍ତ ନେଇନାହାନ୍ତି ପ୍ରଥମ ଡୋଜ୍‌

0 68

ଭୁବନେଶ୍ୱର: ରାଜ୍ୟରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆସରିଥିବା ବେଳେ ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ ଦିଆଯାଇଛି ଯାହା ୮୯ ପ୍ରତିଶତ । ସେହିପରି ୩୭ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ଏବେ ବି ନେଇ ନଥିବାବେଳେ ୩୧ ଲକ୍ଷ ଦ୍ୱିତୀୟ ଡୋଜ ମଧ୍ୟ ନେଇନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ରାଜ୍ୟରେ ପ୍ରଥମ ଡୋଜ କୋରୋନା ଟିକା ନେଇନାହାନ୍ତି ୩୭ ଲକ୍ଷ । ତେବେ ଜାନୁଆରୀ ୧୫ ସୁଦ୍ଧା ପ୍ରଥମ ଡୋଜ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ରାଜ୍ୟରେ ଟିକା ମହଜୁଦ ହୋଇ ରହିଛି । ଗାଁ ଗାଁରେ ମୋବାଇଲ ଭ୍ୟାନ ବୁଲିବା ସହ ଟିକାକରଣ କରାଯାଉଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ନେବା ପାଇଁ ଏଏନ୍‌ଏମ୍‌ ଓ ଆଶା କର୍ମୀମାନେ ସେମାନଙ୍କୁ ଅନୁରୋଧ କରିଛନ୍ତି । ଓମିକ୍ରନକୁ ଦୃଷ୍ଟିରେ ରଖି ସର୍ଭିଲାନସ ଜୋରଦାର କରାଯାଉଛି । ପଜିଟିଭ ଆସିଲେ ଜିନୋମ ଅନୁଶୀଳନ ପାଇଁ ପଠାଯାଉଛି ବୋଲି କହିଛନ୍ତି ବିଜୟ ପାଣୀଗ୍ରାହୀ ।

hiranchal ad1
Leave A Reply

Your email address will not be published.

eleven + 18 =