ଶିଶୁ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ବୌଦ୍ଧ ଜିଲ୍ଲାପାଳ ସମ୍ମାନୀତ

0 729

ବୌଦ୍ଧ : ଶିଶୁ ମାନଙ୍କ ସୁରକ୍ଷା କ୍ଷେତ୍ରରେ ଉକ୍ରୃଷ୍ଟ କାର୍ଯ୍ୟ ପାଇଁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଭୁବନେଶ୍ୱର, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସମ୍ମାନୀତ କରିଛନ୍ତି । ଆୟୋଗର ପ୍ରତିଷ୍ଠା ଦିବସ ପାଳନ ଅବସରରେ କିଟ ଭୁବନେଶ୍ୱର ଠାରେ ଆଯୋଜିତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶ୍ରୀଯୁକ୍ତ ମିଶ୍ରଙ୍କୁ ଏହି ସମ୍ବର୍ଦ୍ଧନା କରାଯାଇଥିବାବେଳେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ୟୁନିସେଫର ରାଜ୍ୟ ମୁଖ୍ୟ ମୋନିକା ନେଲସନ, ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ, ଶ୍ରମ ବୋର୍ଡ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାଏକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

hiring


ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଗ୍ରାମ ପଂଚାୟତ / ବ୍ଲକ ଓ ଜିଲ୍ଲା ସ୍ତରରେ ଥିବା ସମସ୍ତ କମିଟି ଗୁଡିକୁ ସକ୍ରିୟ କରିବା, ଅଣ-ଅନୁଷ୍ଠାନିକ ସେବା/ ଅନୁଷ୍ଠାନ ମାଧ୍ୟମରେ ଶିଶୁଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ବାଲ୍ୟବିବାହ, ଶିଶୁ ଶ୍ରମିକ ଏବଂ ଶିଶୁକୁ ଜୌନ ଶୋଷଣରୁ ସୁରକ୍ଷା ପ୍ରଦାନ ଆଇନ ଗୁଡିକର ବ୍ୟାପକ ସଚେତନତା କରିବାକୁ ପ୍ରାଧାନ୍ୟ ଦିଆଯାଇଥିବା ଜଣାପଡିଛି । ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା ୟୁନିଟ ଏବଂ କିଶୋର ନ୍ୟାୟ ବୋର୍ଡ ମଧ୍ୟ ଗୋଟିଏ ପରିସରରେ କାର୍ଯ୍ୟକାରୀ କରାଯାଇ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଅଛି । ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରାଯାଇ ୧୮୧ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଅଛି । ଗତ ବର୍ଷକ ମଧ୍ୟରେ ଜିଲ୍ଲରେ ହେବାକୁ ଥିବା ୬୩ ଗୋଟି ବାଲ୍ୟବିବାହକୁ ସଫଳତାର ସହ ରୋକାଯାଇପାରିଛି ।


ଏହି ସମ୍ମାନ ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସି.ଡି.ପି.ଓ, ଶିଶୁ ମଙ୍ଗଳ କମିଟି, ଚାଇଲ୍ଡ ଲାଇନ କର୍ମକର୍ତ୍ତା ଓ ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ କାମ କରୁଥିବା ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

10 − 2 =