ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ହରଗୌରୀ ଯାତ୍ରା

0 87

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଢେରାପଡାରେ ପ୍ରତି ବର୍ଷେ ଅନ୍ତରରେ ପାଳନ ହେଉଥିବା ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ନିରାଡ଼ମ୍ବର ଭାବେ ପାଳନ କରାଯିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଏପରି ଏକ ନିଷ୍ପତ୍ତି ନିଆଯାଇଛି । ଗତକାଲି ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ଠାରେ ହରଗୌରୀ ଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ୨୦/୧୦/୨୧ ଠାରୁ ୯ଦିନଧରି ଅନୁଷ୍ଠିତ ହେବାକୁଥିବା ଏହିଯାତ୍ରାରେ କୌଣସି ସାଂସ୍କୃତିକ ବା ହରଗୌରୀଙ୍କ ସାହି ପରିକ୍ରମା ଇତ୍ୟାଦି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାତିଲ କରାଯାଇଛି । ଯେହେତୁ ବୁଢିମା ମନ୍ଦିରକୁ ନୂତନ ଭାବେ ନିର୍ମାଣ କରିବାପାଇଁ ପୁରୁଣା ମନ୍ଦିର ଭଙ୍ଗାଯାଇଛି ତେଣୁ ନୂତନ ମନ୍ଦିର ନିର୍ମାଣ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇ ସମସ୍ତ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରାଯାଇଛି । ହରଗୌରୀ ଯାତ୍ରା ପାଇଁ ଚଳିତ ବର୍ଷ ଆଉ ନୂତନ ଭାବେ ପରିଚାଳନା କମିଟି ଗଠନ କରାନଯାଇ ଗତଥରର ପୁରୁଣା କମିଟି ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହି କ୍ରମରେ ସଭାପତି ଭାବରେ ଦିଲ୍ଲୀପ ପାତ୍ର ରହିଥିବା ବେଳେ ସଂପାଦକ ଭାବରେ ଜନ୍ମେଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସହସଂପାଦକ ବି.ସତ୍ୟନାରାୟଣ ରାଓ, କୋଷାଧ୍ୟକ୍ଷ ଭାବରେ ଶ୍ୟାମସୁନ୍ଦର ପାତ୍ର ଓପରିଚାଳନା କମିଟି ରେ ସର୍ବଶ୍ରୀ ରାମଚନ୍ଦ୍ର ପାତ୍ର, କେ,ସହଦେବ ପାତ୍ର, ପ୍ରଫୁଲ୍ଲ କୁମାର ପାତ୍ର, ଅକ୍ଷୟ ପାତ୍ର, ପୁରୁଷୋତ୍ତମ ପାତ୍ର, ନାଗେଶ୍ୱର ପାତ୍ର, ସନ୍ତୋଷ ପାତ୍ର ପ୍ରମୁଖ ରହିଛନ୍ତି । ଆଜି ନୂତନ ବୁଢିମା ମନ୍ଦିର ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ରହିଛି । ମନ୍ଦିର ପାଇଁ ମୋଟ ୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ବୋଲି ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟିର ସଭାପତି କେ, ସହଦେବ ପାତ୍ରଙ୍କ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

two × three =